Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଯିଏଦୋଷୀଛଡ଼ାଯିବନିସୂର୍ଯ୍ୟବଂଶସୂରଜ 1

ଭୁବନେଶ୍ୱର, 29/04/2025, ବିକ୍ରମ ଓଡ଼ିଶା ନିୟୁଜ: ଯିଏଦୋଷୀଛଡ଼ାଯିବନିସୂର୍ଯ୍ୟବଂଶସୂରଜ
Article Image
ଭୁବନେଶ୍ୱର :(ସମୀର ରଞ୍ଜନ ନାୟକ )OPSC /SSC ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟାବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ କହିଲେ ମନ୍ତ୍ରୀଯିଏଦୋଷୀଛଡ଼ାଯିବନିସୂର୍ଯ୍ୟବଂଶୀ ସୂରଜଏସଂକ୍ରାନ୍ତୀୟ ବିଲ୍‌ ବିଧାନସଭାରେ ଆଇନରେ ପରିଣତ ହୋଇଛି’ଏହାପରେପରୀକ୍ଷାର୍ଥୀମାନେ କହିଛନ୍ତି ଯେ, ପୂର୍ବରୁ ନିଯୁକ୍ତି ନେଇ ଯେତେବେଳେ ବିଜ୍ଞାପନ ବାହାରିଥିଲା, ସେଥିରେ ଯେଉଁସବୁ ବିଷୟ ଉପରେ ପ୍ରଶ୍ନପତ୍ର ପଡ଼ିବ ବୋଲି ପାଠ୍ୟକ୍ରମ ଜରିଆରେ କୁହାଯାଇଥିଲା ତାହା ଆଜିର ପରୀକ୍ଷାରେ ଦେଖିବାକୁ ମିଳିନଥିଲା ।ପରୀକ୍ଷାରେ ବିଭ୍ରାଟ ହେବା ଜାଣିବା ପରେ ଓଏସଏସ୍‌ସି ପକ୍ଷରୁ ଏକ ସୂଚନା ଜାରି କରି କୁହାଯାଇଛି ଯେ, ଆଜି ବିଭିନ୍ନ ପଦବିର ମିଳିତ ନିଯୁକ୍ତି ପରୀକ୍ଷାର (ମୁଖ୍ୟ) ପ୍ରଶ୍ନପତ୍ରରେ ପାଠ୍ୟକ୍ରମର କିଛି ଅଂଶରୁ ପ୍ରଶ୍ନ ପଚରାଯାଇନଥିଲା । ଆୟୋଗ ତ୍ରୁଟିକୁ ସ୍ବୀକାର କରି ଦୁଃଖ ପ୍ରକାଶ କରୁଛନ୍ତି ଏବଂ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ପ୍ରତିବଦ୍ଧ । ଅବଶିଷ୍ଟ ଅଂଶ ଯଥା ସାଧାରଣ ଇଂରାଜୀ, ଓଡ଼ିଆ ଭାଷା, ସାଧାରଣ ଅଧ୍ୟୟନର କିଛି ଅଂଶକୁ ଅନ୍ତର୍ଭୁକ୍ତ କରି ଆଉ ଏକ ପରୀକ୍ଷା କରିବାର ବିକଳ୍ପ ଉପରେ ଆୟୋଗ ବିଚାର କରୁଛନ୍ତି ।ସେହିପରି, ଓଡ଼ିଶା ପବ୍ଲିକ୍‌ ସର୍ଭିସ୍‌ କମିସନ୍‌ (ଓପିଏସସି) ପକ୍ଷରୁ ଆୟୋଜିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ ମଧ୍ୟ ତୃଟି ଦେଖାଦେଇଥିଲା । ଆନ୍ଥ୍ରୋପୋଲଜିର ପେପର୍‌-୧ ଓ ପେପର୍‌-୨ ପ୍ରଶ୍ନପତ୍ର ଅଦଳବଦଳ ହୋଇଯାଇଥିଲା । ପେପର୍-୧ ପ୍ରଶ୍ନପତ୍ର ଖୋଲିବା ପରେ ଏଥିରେ ପେପର-୨ ବିଷୟବସ୍ତୁ ଆଧାରିତ ପ୍ରଶ୍ନ ରହିଥିଲା ଏବଂ ପେପର୍‌-୨ରେ ପେପର-୧ର ବିଷୟବସ୍ତୁ ଆଧାରିତ ପ୍ରଶ୍ନପତ୍ର ରହିଥିବା ଦେଖିବାକୁ ମିଳିଥିଲା । ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରାର୍ଥୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।