Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତିର୍ତୋଲ ନାଉସୀର ଆଖଣ୍ଡଳ ମଣୀ ପୀଠ ରେ ଶିବ ବିବାହ ଅନୁଷ୍ଠିତ l 3

ତିର୍ତ୍ତୋଲ, 31/05/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତୋଲ ନାଉସୀର ଆଖଣ୍ଡଳ ମଣୀ ପୀଠ ରେ ଶିବ ବିବାହ ଅନୁଷ୍ଠିତ l
Article Image
ତିର୍ତୋଲ 31/5 ତିର୍ତୋଲ ବ୍ଲକନାଉସୀର ସ୍ଥିତ ପ୍ରଭୁ ଆଖଣ୍ଡଳମଣୀ
Article Image
ମହାଦେବ ଙ୍କର ପବିତ୍ର ଶୀତଳ ଷଷ୍ଠୀ ତିଥିରେ ମହା ଆଡମ୍ବର ରେ ବିବାହ ଉତ୍ସବ ପାଳିତ ହେଉଛି, ଆଜି ସକାଳ ୯ ଘଟିକା ସମୟରେ ପ୍ରଭୂ ଶ୍ରୀ ଆଖଣ୍ଡଳ ମଣୀ ବିରାଟ ପଟୁଆର କରି ତିର୍ତୋଲ, ନାଉସୀର ଗ୍ରାମ ପରୀକ୍ରମା କରି ଆଖଣ୍ଡଳ ମଣୀ ବେଢା ରେ ଥିବା ମା ପାର୍ବତୀ ଦେବୀଙ୍କ ମନ୍ଦିର ରେ ପହଂଚିବା ପରେ, ପୁରୋହିତ ବାଟବରଣ କରିକନକ ବେଦିକୁ ପାଛୋଟି ନେଇଥିଲେ, ମନ୍ଦିର କମିଟି ତରଫରୁ ନିର୍ମିତ କନକ ବେଦିରେ ପ୍ରଭୁ ଆଖଣ୍ଡଳମଣୀ ଓ ମା ପର୍ବତୀଙ୍କ
Article Image
ବିଭାହ ଉତ୍ସବ ଅନୁଷ୍ଠିତ କରାଯାଇ ଥିଲା, ବରପିତା ଭାବେ ଗୋବିନ୍ଦିପୁର ପଞ୍ଚାୟତ, ପାଉଁସରାନିବାସୀ ବିପିନି ବାରିକ ହେଇଥିବା ବେଳେ, କନ୍ୟାପିତା ଭାବେ ଖୋସାଲ ପୁର ନିବାସୀ ସୁଧାକର ସ୍ୱାଇଁ କନ୍ୟା ପିତାର ଦାଇତ୍ୱ ନିଭାଇଥିଲେ, l ଏହି ବିବାହ ଉତ୍ସବ ରେ ନାଉସୀର ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଯୋଗ ଦେଇ ପ୍ରଭୂ ଓ ମା ଙ୍କ ବିବାହ ର କାର୍ଯ୍ୟ ତୁଲାଇ ଥିଲେ lଏହି ବିବାହ ଉତ୍ସବ ରେ ଯୋଗ ଦେଥିବା ଭକ୍ତ ଙ୍କ ପାଇଁ ପ୍ରଭୂ ଙ୍କମନ୍ଦିର ପ୍ରଶାସନ ତରଫରୁ ପ୍ରସାଦଵେବସ୍ଥା କରାଯାଇ ଥିଲା l ତିର୍ତୋଲଅଂଚଳ ରେ ଏହା ଏକ ବିରଳ କାଯ୍ୟକ୍ରମ ଦେଖିବା ଲାଗି ପ୍ରବଳ ଜନଗହଳି ଦେଖା ଯାଇଥିଲା, ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ତିର୍ତୋଲନାଉସୀର ଆଖଣ୍ଡଳ ମଣୀ ପୀଠରେଉତ୍ସବ ପାଳିତ ହେବ lଶ୍ରୀବତ୍ସ ପାଢ଼ୀ( ବିକ୍ରମ ଓଡିଶା)