Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଜୟନାରାୟଣ ପୁର ଶାସନ ରାମେଶ୍ବରମନ୍ଦିର ରେ ଶିବ ପାର୍ବତୀ ବିବାହ ଉତ୍ସଵ ପାଳନ 1

ଔପଦା, 31/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜୟନାରାୟଣ ପୁର ଶାସନ ରାମେଶ୍ବରମନ୍ଦିର ରେ ଶିବ ପାର୍ବତୀ ବିବାହ ଉତ୍ସଵ ପାଳନଓଉପଦା, ତା 31/1ଆଜି ଶନି ବାର ପୂର୍ବାହ୍ନ ଦଶ ଘଟିକା ସମୟରେ ଔପଦାବ୍ଲକ୍ ବଡପୋଖରି ପଞ୍ଚାୟତ ଜୟନାରାୟଣ ଶାସନ ରେ ଥିବା ରାମେଶ୍ବର ମନ୍ଦିର ପରିସରରେ ଶିବପାର୍ବତି ବିବାହ ଉତ୍ସବ ଖୁବ ଧୁମଧାମରେ ପାଳିତ ହୋଇଯାଇଛି। ଏହିଗ୍ରାମର ଜଣେ ଆଦର୍ଶ ଶିକ୍ଷକ ସ୍ୱର୍ଗତ ଗଣେଶ ଚଂଦ୍ର ପଣ୍ଡା ଙ୍କ ସହଧର୍ମିଣୀ ସୁକାନ୍ତି ପଣ୍ଡା ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ଏହି ଉତ୍ସବରେ ଭାଗ ନେଇଥିଲେ। ଏଥିରେ ବଧି ଗ୍ରାମର ଗଣେଶ୍ୱର୍ ପାଢି ପରିବାର ବର ପକ୍ଷ ହୋଇଥିବା ବେଳେ ଗଣେଷ ପଣ୍ଡା ଙ୍କ ପରିବାର କନ୍ୟା ପକ୍ଷ ହୋଇ ଵିଵାହ ଉତ୍ସବ ପାଳନ କରିଥିଲେ। ଏହାପାଞ୍ଚ ଦିନଧରି ଚାଲିବ। 30ତାରିଖରୁ ଅଧିବାସ ହୋଇ ଥିବାବେଲେ ପାଞ୍ଚ ତାରିଖରେ ଉଦଜାପିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି l ଶେଷ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରବଚନ କାର୍ଯକ୍ରମ ଅନୁଷ୍ଠିତ ହେବ ବୋଲି ଉଦ୍ୟକତ୍ତା ସୁକାନ୍ତି ପଣ୍ଡା ଜଣାଇଛନ୍ତି। ସକାଳ ଦଶ ଘଟିକା ସମୟରେ ବାଜା ରୋଷଣୀ ଓ କୀର୍ତ୍ତନ ମଣ୍ଡଳୀ ସହ ଏକ ବିଶାଳ ପଟୁଆରରେ ମନ୍ଦିର ବେଢ଼ା ଠାରୁ କଳସ ଶୋଭାଯାତ୍ରା ବାହାରି ବଧୀ ପୋଖରି ପର୍ଯ୍ୟନ୍ତ ଯାଇ ଘଟ ଉତ୍ତୋଳନ କରି ମନ୍ଦିରକୁ ଫେରିଥିଲେ। ଏଗାର ଜଣ ବ୍ରାହ୍ମଣ ପୂଜାକାର୍ଯ୍ୟ ରେ ଲାଗିଥିବା ବେଳେ ତିରିଶ ରୁ ଅଧିକ କଳସ ସ୍ଥାପନ ହୋଇଥିଲା। ଏକ ତାରିଖ ଶୀତଳ ଷଷ୍ଠୀ ରେ ଘଟ ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ନାମ ସଙ୍କୀର୍ତ୍ତନ ର ଆୟୋଜନ କରାଯାଇଛି। ଏଥିରେ ଜୟନାରାୟଣ ପୁର ଶାସନ ଓ ବଧି ଶାସନ ର ସମସ୍ତ ଲୋକଙ୍କ ର ସହଯୋଗରେ କାର୍ଯ୍ଯ ସମ୍ପାଦିତ ହେଉ ଅଛି। ଆନନ୍ଦ ବଜାରରେ ଆଖ ପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଆନନ୍ଦ ବଜାରରେ ଭାଗ ନେଇଥିଲେ
Article Image