Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପରିକ୍ରମା ପକ୍ଷରୁ ମେଧା ସମ୍ଭନ୍ଧନା ମହୋତ୍ସବ ଅନୁଷ୍ଠିତ 2

ବାମନଘାଟୀ, 31/05/2025, ବିକ୍ରମ ଓଡ଼ିଶା ନିୟୁଜ: ପରିକ୍ରମା ପକ୍ଷରୁ ମେଧା ସମ୍ଭନ୍ଧନା ମହୋତ୍ସବ ଅନୁଷ୍ଠିତ ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ଅଗ୍ରଣୀ ସାମାଜିକ ଓ ସାଂସ୍କୁତିକ ଅନୁଷ୍ଠାନ ପରିକ୍ରମା ପକ୍ଷରୁ ମେଧା ସମ୍ଭନ୍ଧନା ସମାରୋହ ମୁଖ୍ଯ କାର୍ଯ୍ଯନିର୍ବାହୀ ଅଧିକାରୀ ମନୋଜ କୁମାର ଦାସଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ଯ କାର୍ଯ୍ଯ ନିର୍ବାହୀ ମନୋଜ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ l ଏଥିରେ ସମ୍ମାନିତ ଅତିଥି ଭାବେ ଚିନ୍ତକ, ସମାଜସେବୀ ଓ ସଂସ୍କୁତି ପ୍ରେମୀ କାମ୍ଯା ମିଶ୍ର, ରାଇରଙ୍ଗପୁର ପୌରପାଳିକା ଅଧ୍ଯକ୍ଷ ଅଭିଷେକ ପଟ୍ଟନାୟକ, ଉପାଧ୍ଯକ୍ଷା ମମିତା ଚୌଧୂରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁ, ପୂର୍ବତନ ବିଧାୟକ ସାଇବା ସୁଶୀଲ କୁମାର ହାଁସଦାଃ, ପରିକ୍ରମା ର ସମ୍ପାଦକ ସୁବାଷ ଚନ୍ଦ୍ର ମଣ୍ଡଳ ପ୍ରମୁଖ ଯୋଗ ଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଭବିଷ୍ଯତରେ ସୁମଣିଷ ରୂପେ ଗଢି ତୋଳିବା ପାଇଁ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ l ଏଥିସହିତ ଏକଲବ୍ଯ ମଡେଲ ଆବାସିକ ବିଦ୍ଯାଳୟର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ମାନଙ୍କୁ ଜେଇ ନିଟ୍ କୋଚିଂ ପାଇଁ ମନୋନୀତ ହୋଇଥିବାରୁ ଏହି ଅବସରରେ ସମ୍ଭନ୍ଧିତ କରାଯାଇଥିଲା l ରାଇରଙ୍ଗପୁର ତଥା ଆଖପାଖ ବିଭିନ୍ନ ବ୍ଲକର ବିଦ୍ଯାଳୟ ତଥା ମହାବିଦ୍ଯାଳୟ ରୁ ଆଇସିଏସସି, ସିବିଏସସି ଓ ଓଡିଶା ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଅର୍ଥାତ୍ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ର ସମୁଦାୟ ୫୩ ଜଣଙ୍କୁ ମାନପତ୍ର ଓ ଉପଢୋକନ ଦେଇ ସମ୍ଭନ୍ଧିତ କରାଯାଇଥିଲା l ଏଥିରେ ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର, ରାଇରଙ୍ଗପୁର ଉଚ୍ଚ ବିଦ୍ଯାଳୟ, କେରଳା ପବ୍ଲିକ ସ୍କୁଲ, ରିଚାର୍ଡ ମିଶନ ସ୍କୁଲ, ଏକଲବ୍ଯ ମଡେଲ ଆବାସିକ ବିଦ୍ଯାଳୟ, ଓଡିଶା ଆଦର୍ଶ ବିଦ୍ଯାଳୟ ଜାମିରଡିହାଁ, ପାସନା, ସାନମଉଦା, ଝାଡଗାଁ, ଲିଟଲ ଫ୍ଲାୱାର ସ୍କୁଲ, ଝରାଡିହି ଉଚ୍ଚ ମାଧ୍ଯମିକ ବିଦ୍ଯାଳୟ , ରାଇରଙ୍ଗପୁର କଲେଜ, ରାଇରଙ୍ଗପୁର ମହିଳା କଲେଜ ଅନ୍ଯତମ ଥିଲା l ଏହି ଭବ୍ଯ କାର୍ଯ୍ଯକ୍ରମରେ ପରିକ୍ରମା ସଂଯୋଜକ ରଂଜନ କୁମାର ନନ୍ଦ ସଭା ପରିଚାଳନା କରିଥିଲା ବେଳେ ଅତନୁ ମହାନ୍ତି ଧନ୍ଯବାଦ ଅର୍ପଣ କରିଥିଲେ l ଏହି ମେଧାବୀ ସମ୍ଭନ୍ଧନା ମହୋତ୍ସବରେ ଅବିଭାବକଅବିଭାବିକା, ଶିକ୍ଷକଶିକ୍ଷୟତ୍ରୀ ଓ ସ୍ଥାନୀୟ ଲୋକେ ବହୁ ସଂଖ୍ଯାରେ ଯୋଗ ଦେଇଥିଲେ l ଏଥିରେ ଅଧ୍ଯାପକ ଦିଗମ୍ବର ଗିରି, ଅଧ୍ଯାପକ ବିଜୟ କୁମାର ରାମ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ମହାନ୍ତି, ତିମିର ରଂଜନ ପଣ୍ଡା, ଦୁଷ୍ମନ୍ତ ଦାସ, କିଶୋର ମଲ୍ଲିକ, ବିମଳ ମହାନ୍ତି, ଅଶୋକ ରାଉତ, କାଶ୍ଯପ କୌଶିକ ମହାନ୍ତି ପ୍ରମୁଖଙ୍କ ସହିତ ଅଧ୍ଯାପକ ବିଜୟ କୁମାର ରାମଙ୍କ ମାର୍ଗଦର୍ଶନରେ ପରିଚାଳିତ ରେଡି ଭଲେଟିୟାର ସହଯୋଗ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image