Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 31/05/2025, ବିକ୍ରମ ଓଡ଼ିଶା ନିୟୁଜ: ବିନା ସୂଚନା ଫଳକରେ ଚାଲିଛି ସବ୍ ସେଣ୍ଟର କାମ।ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଅର୍ଥ ବାଟମାରଣା।

ତିର୍ତ୍ତୋଲ-୩୧/୫-ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ତୁଳଙ୍ଗ ଓ ଗରାମ ପଞ୍ଚାୟତ ରେ ଏନ୍.ଆର୍.ଏଚ.ଏମ୍.ସଂସ୍ଥା ଦ୍ବାରା ଆରଡ଼ି ଅଧିନରେ ନିର୍ମାଣ ଚାଲିଥିବା ସବ୍ ସେଣ୍ଟର୍ ବା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ବିନା ସୂଚନା ଫଳକ ରେ ଚାଲିଛି କାମ ଚାଲିଛି। ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକରେ ଦିତାଲା ଛାତ ପଡ଼ି ସାରିଛି। କିନ୍ତୁ ବାରମ୍ବାର ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ଙ୍କୁ ଅଭିଯୋଗ ସତ୍ବେ ଦୁଇଟି ସବ୍ ସେଣ୍ଟର ନିର୍ମାଣ କାର୍ଯ୍ୟ ନିକଟରେ ଏ ପର୍ଯ୍ୟନ୍ତ ସୂଚନା ଫଳକ ଲାଗି ପାରିଲା ନାହିଁ।ତୁଳଙ୍ଗ ରେ ଦିତାଲା ଛାତ ପଡ଼ି ଯାଇଥିବା ବେଳେ ଗରାମ ବ୍ରହ୍ମପୁରରେ ଗୋଟିଏ ତାଲା ଛାତ ପଡି ସାରିଛି। ଠିକାଦାର ଓ ସରକାରୀ ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀ କହିଛନ୍ତି କାମ ସଠିକ ହେଉଛି ସୂଚନା ଫଳକ କିଛି ଆବଶ୍ୟକ ନାହିଁ। କିନ୍ତୁ ଲୋକମାନଙ୍କ କହିବା ଅନୁଯାୟୀ କାମ ଅତି ନିମ୍ନ ମାନର ହେଉଥିବା ବେଳେ ଦୁଇଟି ଯାକ ସବ୍ ସେଣ୍ଟର ରେ କାମ ପରେ ପାଣି ଦିଆଯାଉନଥିବା ଦେଖିବାକୁ ମିଳୁଛି। ଯାହା ଫଳରେ ନିର୍ମାଣ କାର୍ଯ୍ୟ ରେ ଫାଟ ମଧ୍ୟ ସୃଷ୍ଟି ହେଉଛି।ଏଥି ସହିତ ଠିକାଦାର ପାଖରୁ ମୋଟା ଅଙ୍କର ଅର୍ଥ ନେଇ କାମ ଦେଖା ସୁଣା ପାଇଁ କୌଣସି ଅଧିକାରୀ ଆସୁନଥି ଶୁଣିବାକୁ ମିଳୁଛି।ଠିକାଦାର ଓ ଯନ୍ତ୍ରୀ ଙ୍କ ମଧୁ ଚନ୍ଦ୍ରିକରେ ଏହି ସବ୍ ସେଣ୍ଟର କାମ ଚାଲୁଥିବା ଅଭିଯୋଗ ହୋଇଛି। ଯାହା ଫଳରେ ସରକାର ଙ୍କ ରାଜକୋଶ ରୁ କରାଯାଉଥିବା ଲକ୍ଷ୍ୟ ଲକ୍ଷ ଟଙ୍କାର ଟେଣ୍ଡର ଲୋକଙ୍କ ବାଟ ମାରଣା ହେଉଥିବା ଦେଖବାକୁ ମିଳୁଛି। ସରକାର ଙ୍କ ପାଖରେ ଆଣି ଯେଉଁ ସଂସ୍ଥା ଏହି କାର୍ଯ୍ୟ କରୁଛି ତା ଉପରେ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହୋଇଛି।ଏଥି ସହିତ ଯଦି ଏଭଳି ହୁଏ ତାହାଲେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ ତାହା ପ୍ରଶ୍ନବାଚି ସୃଷ୍ଟି କରିଛି।ଏହି ନିର୍ମାଣ କାର୍ଯ୍ୟ ଉପରେ ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି ହୋଇଛି।