Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ନାଉଗାଁ, 31/05/2025, ବିକ୍ରମ ଓଡ଼ିଶା ନିୟୁଜ: ପଦ୍ମପୁର ଅଞ୍ଚଳ ରେ ବେଶ ଆଡମ୍ବର ଶିବ ପାର୍ବତୀ ଙ୍କ ବିବାହ ଉତ୍ସବ ଅନୁଷ୍ଠିତ ।
ନାଉଗାଁ ୩୧/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ପଲ୍ଲୀ ପଞ୍ଚାୟତ ର ପଦ୍ମପୁର ଗ୍ରାମରେ ଅନୁଷ୍ଠିତ ହୋଇଛି ଏହି ବିବାହ ଉତ୍ସବ l ଆଶୁତୋଷ ମହାଦେବ ଙ୍କ ପବିତ୍ର ଜୈଷ୍ଠ ମାସ ରେ ଏହି ପୀଠ ରେ ଗତକାଲି ଠାରୁ ମଙ୍ଗନ ଆରମ୍ଭ ହୋଇ ଆଜି ବୈଦିକ ରୀତି ନିତି ଅନୁସାରେ ଧାର୍ଯ୍ୟ ହୋଇଥିବା ସମସ୍ତ କାର୍ଯ୍ୟ ଯେପରି ସକାଳ ବାଡ଼ୁଅପାଣି ଠୁ ଆରମ୍ଭ ହୋଇ ଅଭିଷେକ, ବାଟବରେଣୀ,କନ୍ୟାଅଧିବାସ, ବରଅଧିବାସ, ଅଗ୍ନିସ୍ଥାପନ, ହସ୍ତଗଣ୍ଠି, ବନ୍ଦାପନା ଓ ହୋମଯଜ୍ଞ ପ୍ରତ୍ୟହ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାର ଏହା ସମ୍ପର୍ଣ୍ଣ ହୋଇଅଛି l ଅନ୍ୟପଟେ ଏହି ବିବାହ ଉତ୍ସବ ରେ ବର ପିତା ଭାବେ ରଶ୍ମିରଞ୍ଜନ ମିଶ୍ର ଓ କନ୍ୟାପିତା ଭାବେ ବିପିନି ବିହାରୀ ଦାଶ ଙ୍କ ଦ୍ୱାର ଏହି ବିବାହ ଉତ୍ସବ କାର୍ଯ୍ୟ କରାଯାଇ ଥିଲା l ତେବେ ଏହି ବିବାହ ଉତ୍ସବ କୁ ଦେଖିବା ନିମନ୍ତେ ଦୂର ଦୁରାନ୍ତରୁ ଶ୍ରଦ୍ଧାଳୁ ମାନେ ଛୁଟି ଆସିଥିବା ର ଦେଖା ଯାଇଛି