Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 31/05/2025, ବିକ୍ରମ ଓଡ଼ିଶା ନିୟୁଜ: ବେଆଇନ ଗୋଚାଲାଣ,୫ ଗାଈ ଉଦ୍ଧାର,ଜଣେ ଗିରଫ

କାକଟପୁର ତା ୩୧ l/୫ ( ତୁଷାର ଦୀକ୍ଷିତ ) କାକଟପୁର ଅଞ୍ଚଳରେ ଦିନକୁ ଦିନ ବେଆଇନ ଗୋଚାଲାଣ ବଢ଼ିବାରେ ଲାଗିଛି l କିଛି ଅସାଧୁ ଗୋ ଚାଲାଣକାରୀ ପୋଲିସ ଆଖିରେ ଧୂଳି ଦେଇ ଖସି ଯିବାକୁ ଉଦ୍ୟମ କରୁଥିବାବେଳେ କାକଟପୁର ପୋଲିସ ସେମାନଙ୍କୁ କାବୁ କରି ୫ ଟି ଗାଈ ଉଦ୍ଧାର କରି ପୁରୀ ଗୋଶାଳା କୁ ପଠାଇଛି l ସୂଚନା ଅନୁଯାଇ ଆଜି ସକାଳ ୭ ଘଟିକା ସମୟରେ କାକଟପୁର ଥାନା ଅଧିନସ୍ଥ ଆନନ୍ଦ ବଜାର ଛକରୁ ଦହିଖିଆ ଗ୍ରାମର ଲଷ୍ମୀଧର ପରିଡା ଙ୍କ ପୁଅ ରଞ୍ଜିତ ପରିଡା, ବୟସ (40) ନିଜ ଟାଟା ଏସି ଗାଡି ନମ୍ବର (OD02BJ 0152) ଯୋଗେ ୫ ଟି ଗାଈ କୁ ବେଆଇନ ଚାଲାଣ କରୁଥିବା ସମୟରେ କାକଟପୁର ଥାନା ଏସଆଇ ଗୌରୀଶଙ୍କର ସେଠୀ,, ଏ ଏସ ଆଇ ଜୟନ୍ତୀ ସାହୁ, ପ୍ରମୋଦ କୁମାର ହାତୀ ଏବଂ କନେଷ୍ଟବଳ ବବ୍ରୁବାହାନ ମହାନ୍ତି ସଦଳବଳେ ଚଢ଼ାଉ କରି ଗାଡି ସହିତ ଆସାମୀକୁ ଥାନାକୁ ଆଣିଥିଲେ l ଏ ସଂକ୍ରାନ୍ତରେ କାକଟପୁର ଥାନା ପକ୍ଷରୁ କେଶ ନମ୍ବର 125/25 ରେ ଏକ ମାମଲା ରୁଜୁ କରାଯାଇ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି l ବାରମ୍ବାର ଗୋଚାଲାଣ ସଂକ୍ରାନ୍ତରେ କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରେ ଯେଉଁ ଗୋ ମାଲିକ ମାନେ ଗୋମାତା ମାନଙ୍କୁ ପାଳିବାରେ ଅକ୍ଷମ ହୋଇ ସେମାନଙ୍କୁ କଂସେଇ ମାନଙ୍କୁ ବିକୁଛନ୍ତି ସେମାନେ ଗୋମାତା ମାନଙ୍କୁ ନ ବିକ୍ରି କରି ଆଇଆଇସି ଙ୍କୁ ଜଣାଇଲେ ସେ ତାଙ୍କ ନିଜ ଖର୍ଚ୍ଚରେ ଗୋମାତା ମାନଙ୍କୁ ପୁରୀ ଗୋଶାଳାକୁ ପଠେଇବେ ବୋଲି ତାଙ୍କ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l ଆଇଆଇସି ଶ୍ରୀ ସାହୁଙ୍କ ଏତାଦୃଶ କାର୍ଯ୍ୟକୁ ସାଧାରଣଏଇ ଭୁୟସୀ ପ୍ରଶଂସା କରାଯାଇଛି l
