Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 01/06/2025, ବିକ୍ରମ ଓଡ଼ିଶା ନିୟୁଜ: ଶୈବପୀଠରେ ଶୀତଳ ଷଷ୍ଠି
ତିର୍ତ୍ତୋଲ-୧/୬-(ରିପୋର୍ଟ-ଟୁକନ ସେଠୀ)-ଅଲୋକିକ ଶୈବ ପିଠରେ ଶୀତଳ ଷଷ୍ଠୀ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲ ବ୍ଲକ ଇନ୍ଦରପା ଗ୍ରାମରେ ପ୍ରସିଦ୍ଧ ଶୈବପିଠ ଆଖଣ୍ଡଳମଣି ମନ୍ଦିର ପ୍ରାଙ୍ଗଣରେ ଶୀତଳ ଷଷ୍ଠୀ ଅବସରରେ ଶିବ ପାର୍ବତୀ ବିଭାଗର ଅନୁଷ୍ଠିତ ହୋଇଛି। ପୂର୍ବରୁ ଏହି ମନ୍ଦିରରେ ଅନେକ ଅଲୋକିକ ଘଟଣା ପାଇଁ ସାରା ଜ଼ିଲ୍ଲାରେ ପ୍ରସିଦ୍ଧି ଲାଭକରିଥିବା ବେଳେ ଏବେ ଶୀତଳ ଷଷ୍ଠୀ ପାଳନ କୁ ନେଇ ଚର୍ଚ୍ଚା ରେ ରହିଛି। ହିନ୍ଦୁ ଶାସ୍ତ୍ର ଏବଂ ବ୍ରାହ୍ମଣ ମତ ଅନୁଯାୟୀ ଏହି ମନ୍ଦିରରେ ଶିବ ପାର୍ବତୀଙ୍କ ବିଭାଘର ଅନୁଷ୍ଠିତ ହୋଇଛି। ପ୍ରଭୁ ଆଖଣ୍ଡଳମଣି ଙ୍କୁ ସୁସଜ୍ଜିତ ବିମାନ ଦ୍ୱାରା ଆଲଟ ଚାମର ଘଣ୍ଟ, ସଂକୀର୍ତନ ସହ ପାରମ୍ପରିକ ରୋଷଣୀରେ ନଗର ପରିକ୍ରମା କରାଯାଇଥିଲା ଯେଉଁଥିରେ ଶହଶହ ଶ୍ରଦ୍ଧାଳୁ ବରଯାତ୍ରୀ ରୂପେ ଯୋଗଦେଇଥିଲେ। ତେବେ ନଗର ପରିକ୍ରମା ପରେ ପ୍ରଭୁ ଆଖଣ୍ଡଳମଣି ଏବଂ ପାର୍ବତୀଙ୍କୁ ମନ୍ଦିର ଅଣାଯାଇଥିଲା। ପରେ ରୀତିନୀତି ଅନୁଯାୟୀ ବ୍ରାହ୍ମଣ ଙ୍କ ମନ୍ତ୍ରପାଠ ଦ୍ୱାରା ଶିବ ପାର୍ବତୀଙ୍କ ବିଭାଘର ଅନୁଷ୍ଠିତ ହୋଇଥିଲା। ଯାହାକୁ ନେଇ ସ୍ଥାନୀୟ ବାସିନ୍ଧା ନିଜର ଖୁସି ବ୍ୟକ୍ତ କରିଛନ୍ତି।ଅନୁରୂପଭାବେ ଏହି ବ୍ଲକ ଅଧିନ ନାଉସିରା ଶିଵ ମନ୍ଦିରରେ ବହୁ ଆଡମ୍ବରରେ ଦେବ -ଦମ୍ପତି ଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି।