Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତିର୍ତୋଲ ବି ଜେଡିରେ ହେବ ଭୁକମ୍ପ, ବିଧାୟକ ଙ୍କୁ ବିରୋଧ କରି ୪ ସଭା ପତି ଛାଡ଼ିବେ ଦଳ, 3

ତିର୍ତ୍ତୋଲ, 01/06/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତୋଲ ବି ଜେଡିରେ ହେବ ଭୁକମ୍ପ,ବିଧାୟକ ଙ୍କୁ ବିରୋଧ କରି ୪ ସଭା ପତି ଛାଡ଼ିବେ ଦଳ,
Article Image
ତିର୍ତୋଲ ୧/୬ ଜଗତସିଂହପୁର ଜିଲ୍ଲା ତିର୍ତୋଲ ନିର୍ବାଚନ ମଣ୍ଡଳୀରେ
Article Image
ବିଧାୟକ ଡା ରମାକାନ୍ତ ଭୋଇ ଙ୍କକାର୍ଯ୍ୟ କଲାପରେ ଅସନ୍ତୁଷ୍ଟ ହୋଇ୪ ପ୍ରମୁଖ ସଭାପତି ଛାଡ଼ିବେ ଦଳ ବୋଲି ସୂଚନା ମିଳିଛି, ବିଶେଷ ସୂତ୍ରରୁ ଖବର ମିଳିଛି ଅଧୁନା ଚାଲି ଥିବା ବି ଜେ ପି ସରକାର ତିର୍ତୋଲବିଧାୟକ ଙ୍କ କାର୍ଯ୍ୟ କଲାପ ଉପରେତୀକ୍ଷ୍ଣ ନଜର ରଖିଛି, ତେଣୁ ତିର୍ତୋଲ ବିଧାୟକ ତିର୍ତୋଲ ନିର୍ବାଚନ ମଣ୍ଡଳୀ ମଙ୍ଗୁଆଳ ମାନଙ୍କୁଅନୈତିକ କାଯ୍ୟ ଯଥା ବିଭିର୍ନ ପ୍ରୋଜେକ୍ଟ ରୁ ପିସି ଆଣିବାକୁ ପ୍ରରୋଚନା ଦେବାରୁ ଏଥିରେ ଆସନ୍ତୁଷ୍ଟ ହୋଇ ତିର୍ତୋଲ ନିର୍ବାଚନମଣ୍ଡଳୀ ବିଜୁ ଜନତା ଦଳ ସଭାପତି ସୁମିତି ଦାସ, ତିର୍ତୋଲ ଯୁବ ବିଜେଡିସଭାପତି ସୁଜିତି ମହାନ୍ତି, ବିଜୁ ଛାତ୍ରବିଜେଡି ସଭାପତି ତିର୍ତୋଲ କାଳନ୍ଦୀଦାସ ଓ ତିର୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ ବି ବିଜେଡି ଛାଡିବା କୁ ନେଇ ଚର୍ଚ୍ଚା ହେଲାଣି,, ଏମାନେ ଦଳ ପାଇଁ ଜୀବନ ଦେଇ ଡା ରମାକାନ୍ତ ଭୋଇ ଙ୍କୁ ୨୦୨୪ ନିର୍ବାଚନ ରେ ଜିତେଇ ବା ପରେ ବିଧାୟକ ରମାକାନ୍ତ୍ର ବିରିଡି ପ୍ରେମରେ ପଡି ଏମାନଙ୍କୁ କରଛଡ଼ା ଦେଉଛନ୍ତି ଫଳରେ ତିର୍ତୋଲ ବିଜେଡି କର୍ମୀ ମାନଙ୍କମନରେ ବିଜେଡି ଦଳ ଭଲ ପାଇବାମରିମରି ଆସିଲାଣି, ଖୁବ ଶୀଘ୍ର ଏମାନେ ଦଳ ପରିଵର୍ତନ କରିବାରମୌସୁମୀ ପଵନ ବହି ଲାଣି, କିଛି ଦିନ ତଳେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ସଭାପତି ନିର୍ବାଚନ ଙ୍କୁନେଇ ଗୁଞ୍ଜରଣ ଶୁଭୁ ଥିଲା, ଏବେବିଧାୟକ ତିର୍ତୋଲ ଏହିସବୁ ପଦବୀଙ୍କୁ ପୂରଣ କରିବା ଲାଗି ସଳାମି ପ୍ରାର୍ଥୀ କାଳେ ଖୋଜୁ ଛନ୍ତିତେଣୁ ତିର୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ, ଛାତ୍ର ସଭାପତି କାଳନ୍ଦୀ ଦାସ, ଯୁବ ସଭାପତି ସୁଜିତି ମହାନ୍ତି ତିର୍ତୋଲ ନିର୍ବାଚନ ମଣ୍ଡଳୀ ର ପ୍ରମୁଖ ବି ଜେ ଡି. ସଭାପତି ସୁମିତି ଦାସ ଖୁବ ଶୀଘ୍ର ବିଜେଡି ଦଳ ତ୍ୟାଗ କରି ଅନ୍ୟ ଦଳରେ ମିଶିବା ପାଇଁ ବ୍ଲୁ ପ୍ରିଣ୍ଟିକରି ସାରଲେଣି ଖଲି ଫାଇନାଲ ଟଚ ଦେବା ବାକି ରହିଛି ବୋଲି ତିର୍ତୋଲ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ୱାଳ ଙ୍କ ନିକଟ ତମ ସୂତ୍ରରୁ ରୁ ସୂଚନା ମିଳିଛି, ଆଗକୁତିର୍ତୋଲ ବିଜେଡି ଦଳରେ ମହାପ୍ରଳୟ ଘଟି ମହାମହା ଦ୍ରୁମ କର୍ମୀ ଦଳଦିଆଁ କରିବାର ସମ୍ଭାବନାରହିଛି, ତେଣୁ ସାଧୁ ସାବଧାନ ଭଳିତିର୍ତୋଲ ବିଧାୟକ ରମାକାନ୍ତ ଭୋଇସମୀକ୍ଷା କରିବା ଉଚିତି ନଚେତ ହୁ ହୁ ହୋଇ ପଦ୍ମ ବଢୁଥିବା ବେଳେ ତିର୍ତୋଲ ପୁଷ୍କରଣୀ ବି ପଦ୍ମ ଫୁଟିବା ଲକ୍ଷଣ ଦେଖାଦେଲାଣି,ଶ୍ରୀବତ୍ସ ପାଢ଼ୀଙ୍କ, ରିପୋର୍ଟ, ( ବିକ୍ରମ ଓଡିଶା )