Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସାଂସଦ ତିର୍ତ୍ତୋଲ ବ୍ଳକ ପ୍ରତିନିଧି ଙ୍କ ଉପରେ ଆକ୍ରମଣ ! 6

ତିର୍ତ୍ତୋଲ, 01/06/2025, ବିକ୍ରମ ଓଡ଼ିଶା ନିୟୁଜ: ସାଂସଦ ତିର୍ତ୍ତୋଲ ବ୍ଳକ ପ୍ରତିନିଧି ଙ୍କ ଉପରେ ଆକ୍ରମଣ !ତିର୍ତ୍ତୋଲ-୧/୬-(ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଳକ ର ନୂତନ ରୂପେ ହୋଇଥିବା ସାଂସଦ ପ୍ରତିନିଧି ଗତ କିଛି ଦିନ ହେଲା ତିର୍ତ୍ତୋଲ ରୁ କେଉଁ ଆଡେ ଅନ୍ତରଧ୍ୟାନ ହୋଇ ଯାଇଛନ୍ତି । ବହୁ ଦଳୀୟ ଲୋକ ସୁବେଛା ଦେବାକୁ ଆସୁଥିବା ବେଳେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହଁ କିଛି ହାତ ଗଣତି ନେତାଙ୍କ ଫୋନ ଉଥାଉଥିବା ବେଳେ ସାଧାରଣ ଲୋକଙ୍କ ଠାରୁ ଦୂରରେ ରହିଥିବା ଶୁଣିବାକୁ ମିଳୁଛି । ସ୍ଥାନୀୟ ମଣିଜଙ୍ଗା ଏରସମା ରାସ୍ତାର ନୂଆପାଖରୀ କିଛି ସ୍ଥାନୀୟ ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି ଯେ ଗତ ସପ୍ତାହରେ ନୂଆପୋଖରୀ ଠାରେ ସଂସଦ ଙ୍କ ପ୍ରତିନିଧି ଓ କିଛି ଲୋକଙ୍କ ସହିତ ମଧ୍ୟ ରାତ୍ରିରେ ପାଟିତୁଣ୍ଡ ହାତାହାତୀ ହେବା ଫଳରେ ନିଶାସକ୍ତ ଅବସ୍ଥାରେ ସଂସଦ ଙ୍କ ପ୍ରତିନିଧି ଙ୍କ ମୁଣ୍ଡକୁ ଜଣେ କୁଜି ନେତା ଏକ ବୋତଲ ରେ ପିଟି ଦେବାରୁ ଗଭୀର ଆଘାତ ଲାଗିଛି ! ଫଳରେ ପ୍ରତିନିଧି ଙ୍କ ସହିତ ଥିବା ଏକ ଯୁବକ କୁ ଧରି ବହେ ଉତ୍ତମ ମଧ୍ୟମ ଦେଇଥିଲେ ସ୍ଥାନୀୟ ଯୁବକ । ଏହାପରେ ପ୍ରତିନିଧି ଙ୍କ ସହିତ ଯୁବକ ଜଣଙ୍କ ସେଇ ଜାଗାରୁ ଫେରାର ଥିବା ଜଣାପଡ଼ିଛି ! ଶୁଣିବା ମୁତାବକ କାଳେ ନୂଆପାଖରୀ ରେ ଜଣେ ବିଜେଡି ନେତାକୁ ବଟି ମାଗୁଥିବା ବେଳେ ତାଙ୍କର ଜଣେ ସହଯୋଗୀ ଉତ୍ତମ ମାଧ୍ୟମ ଦେଇଥିବା ବେଳେ ସାଂସଦ ପ୍ରତିନିଧି ଆତ୍ମ ଗୋପନ କରିବା ଓ ଆକ୍ରମଣ କରିଥିବା ଅପରାଧି ନାମରେ ଥାନାରେ ଅଭିଯୋଗ ନ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Article Image