Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ମୁଚୁକୁନ୍ଦ ମହାଦେବଙ୍କ ବିବାହ ଉତ୍ସବ ଧୁମ୍ ଧାମରେ ପାଳିତ) 2

ଜଗତସିଂହପୁର , 01/06/2025, ବିକ୍ରମ ଓଡ଼ିଶା ନିୟୁଜ: (ମୁଚୁକୁନ୍ଦ ମହାଦେବଙ୍କ ବିବାହ ଉତ୍ସବ ଧୁମ୍ ଧାମରେ ପାଳିତ)ଜଗତସିଂହପୁର
Article Image
ତା 1/6/25ଶିବ, ପାର୍ବତୀ ଦେବଦମ୍ପତି ଙ୍କ ବିବାହ ଉତ୍ସବ ମହା ସମାରୋହ ରେ ପାଳିତ କୋଇଯାଇଛି।ଏହି ଉତ୍ସବ ପାଳନ ନିମନ୍ତେ ଜିଲ୍ଲା ସଦର ମହକୁମା ଚଳ ଚଞ୍ଚଳ ହୋଇପଡିଛି। ଜଗତସିଂହପୁର ସ୍ଥିତ ମୁଚୁକୁନ୍ଦ ସୋମନାଥ ମହାଦେବ ଓ ଜଗତମତା ପାର୍ବତୀଙ୍କ ବିବାହ ଉତ୍ସବ ଧୁମ୍ ଧାମରେ ଅନୁଷ୍ଠିତ ହୋଇଯାଇଛି। ହାଟବଜାର ସ୍ଥିତ ମୁଚୁକୁନ୍ଦ୍ ସୋମନାଥ ମହାଦେବଙ୍କ ପୀଠ ସ୍ଥଳୀରେ ପାରମ୍ପରିକ ରୀତିନୀତି ଅନୁସାରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି।
Article Image
ବାଜା ବାଣ ରୋଷଣିରେ କମ୍ପୁଛି ସହର।ମହାଦେବ ମୁଚୁକୁନ୍ଦ ସୋମନାଥ ଙ୍କ ବିବାହ ରୋଷଣୀ ଦେଖିବା ପାଇଁ ରାସ୍ତାରେ ଜମିଛି ଭିଡ।ସତେ ଯେମିତି ପ୍ରଭୁଙ୍କ ବିବାହ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ। ଜଗତସିଂହପୁର ସୋମନାଥ ହାଟ ଠାରେ ଥିବା ମୁଚୁକୁନ୍ଦ ସୋମନାଥ ମହାଦେବ ଙ୍କ ପୀଠରେ ଶିବ ପାର୍ବତୀଙ୍କ ବିବାହ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି। ବେଶ୍ ଆନନ୍ଦ ଉଲ୍ଲାସର ସହିତ ବୈଦିକ ରୀତି ନୀତି ଅନୁସାରେ ବିବାହ ଉତ୍ସବ ପାଳନ କରାଯାଇଥଲା।ସନ୍ଧ୍ୟାରେ ମୁଚୁକୁନ୍ଦ ମହାଦେବ ଓ ଜଗତମତା ପାର୍ବତୀଙ୍କୁ ଏକ ସୁସଜ୍ଜିତ ବିବାନ ରେ ବସାଇ ସହର ପରିକ୍ରମା କରିବା ସହିତ ବାଜା, ବାଣ ରୋଷଣିରେ ଦୁଲୁକୁଥିଲା ସହର। ଦେବ ଦମ୍ପତିଙ୍କ ପିତାମାତା ହେବାର ସୌଭାଗ୍ୟ ପାଇଥିବାରୁ ନିଜକୁ ବେଶ୍ ଭାଗ୍ୟବାନ ବୋଲି ଆନନ୍ଦ ଲାଭ କରିଥିଲେ ଉଭୟ ବର ଓ କନ୍ୟା ପିତା।ହର ପାର୍ବତୀଙ୍କ ବିବାହ ଦେଖିବା ସହିତ ପ୍ରଭୁଙ୍କ କୃପା ଲାଭ କରିବା ପାଇଁ ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ହାଟ ବଜାର ସ୍ତିତ ସୋମନାଥ ମହାଦେବଙ୍କ ମନ୍ଦିର ଠାରୁ ବାଜା ,ବାଣ ଖୋଳ କୀର୍ତ୍ତନ ରୋଷଣୀ ରେ ମହାଦେବଙ୍କୁ ଏକ ସୁସଜ୍ଜିତ ପାଲିଙ୍କିରେ ବସାଇ ଶ୍ରଦ୍ଧାଳୁ ମାନେ ଆନନ୍ଦ ଉଲ୍ଲାସର ସହିତ ସହର ପରିକ୍ରମା କରିଥିଲେ। ବିବାହ ଉତ୍ସବ ଅବସରରେ ଶ୍ରଦ୍ଧାଳୁ ମାନଙ୍କ ମନୋରଞ୍ଜନ ପାଇଁ ମନ୍ଦିର ପରିସରରେ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ କରାଯାଇଥିଲା।ମହାଦେବ ଶିବଙ୍କ ବିବାହ ଉତ୍ସବ ଯୋଗୁ ଅଞ୍ଚଳରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି।ଏହି ଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ଭକ୍ତ ମାନଙ୍କୁ ଧନ୍ୟବାଦ୍ ଦେଇଥିଲେ ଶ୍ରଦ୍ଧାଳୁ। ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ନିତିକାନ୍ତି ଅନୁସାରେ ବେଶ୍ ଧୁମ ଧାମରେ ବିବାହ ଉତ୍ସବ ପାଳିତ ହେଇଥିଲା।ଚଳିତ ବର୍ଷ ମୁଚୁକୁନ୍ଦ ମହାଦେବଙ୍କ ପୀଠରେ ରୀତିନୀତି ଅନୁଯାୟୀ ହର ପାର୍ବତୀଙ୍କ ବିବାହ ଉତ୍ସବ ବେଶ୍ ଧୁମଧାମରେ ପାଳନ କରାଯାଉଛି ବୋଲି ମନ୍ଦିରର ପୂଜକ ପ୍ରକାଶ କରିଥିଲେ |
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ