Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କାକଟପୁରକୁ ଏନଏସି ଘୋଷଣା ପାଇଁ ଦାବୀ 2

କାକଟପୁର, 01/06/2025, ବିକ୍ରମ ଓଡ଼ିଶା ନିୟୁଜ: କାକଟପୁରକୁ ଏନଏସି ଘୋଷଣା ପାଇଁ ଦାବୀକାକଟପୁର,ତା୧/୬ ( ତୁଷାର ଦୀକ୍ଷିତ ) ପୁରୀ ଜିଲ୍ଲାର କାକଟପୁର ମା’ମଙ୍ଗଳାଙ୍କ ପ୍ରସିଦ୍ଧ ପୀଠସ୍ଥଳୀ। ଶ୍ରୀଜଗନ୍ନାଥ
Article Image
ସଂସ୍କୃତି ସହିତ ମା’ମଙ୍ଗଳାଙ୍କ ସଂସ୍କୃତି ଓ ପରମ୍ପରାର ନିବିଡ଼ ସମ୍ପର୍କ ରହିଅଛି । ପ୍ରତିଦିନ ମା’ମଙ୍ଗଳାଙ୍କ ଦର୍ଶନ ପାଇଁ ଶହଶହ ଶ୍ରଦ୍ଧାଳୁ ଭକ୍ତ ଏଠାକୁ ଆସିଥାନ୍ତି। ସହରାଞ୍ଚଳ ପାଇଁ କାକଟପୁର ଏକ ଜନଗହଳିପୂର୍ଣ୍ଣ ବଜାର। ଭୌଗୋଳିକ ଓଜନସଂଖ୍ୟା ଦୃଷ୍ଟିରୁ କାକଟପୁରକୁ ଏନଏସି ଘୋଷଣା କରାଯିବା ପାଇଁ ଦୀର୍ଘବର୍ଷ ହେଲା ବିଭିନ୍ନ ଅନୁଷ୍ଠାନ, ବୁଦ୍ଧିଜୀବୀ ଏବଂ ବିଭିନ୍ନ ସ୍ତରରେ ଦାବି କରାଯାଇ ଆସୁଅଛି। ବିଗତ ଦିନରେ କାକଟପୁରକୁ ଏନଏସି କରିବା ପାଇଁ ପ୍ରଶାସନ ତରଫରୁଚିଠା ପ୍ରସ୍ତୁତ କରାଯାଇଥିଲା। ବର୍ତ୍ତମାନ ସରକାର ପ୍ରଥମ ପର୍ଯ୍ୟାୟରେ କେତୋଟି ପ୍ରମୁଖ ସ୍ଥାନକୁ ଏନଏସି ଘୋଷଣା କରାଯିବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ସ୍ଵାଗତଯୋଗ୍ୟ ପଦକ୍ଷେପ। ତେଣୁ ସମସ୍ତ ସର୍ତ୍ତାବଳୀ ପୂରଣ କରୁଥିବା ଏବଂ କାକଟପୁର ମା’ମଙ୍ଗଳାଙ୍କ ପୀଠସ୍ଥଳୀ ହୋଇଥିବା ଦୃଷ୍ଟିରୁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟରେ କାକଟପୁରକୁ ଏନଏସି ଘୋଷଣା କରିବା ପାଇଁ ଅଞ୍ଛଳ ଭାରତ କଂଗ୍ରେସ କମିଟି ସଦସ୍ୟ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଅମିୟ କୁମାର ପଟ୍ଟନାୟକ ଗତ ୩୦ ତାରିଖ ଦିନ ଓଡ଼ିଶାର ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଏହି ସମ୍ପର୍କରେ ଏକ ସ୍ମାରକପତ୍ର ପଠଇବା ସହ ସରକାରଙ୍କଠାରେ ଦୃଢ଼ ଦାବୀ କରିଛନ୍ତି।