କାକଟପୁର, 01/06/2025, ବିକ୍ରମ ଓଡ଼ିଶା ନିୟୁଜ: ଦେଦମ୍ପତି ଙ୍କ ବିବାହଉତ୍ସବ ଅନୁଷ୍ଠିତ, ହର ହର ମହାଦେବ ଧ୍ଵନରେ କମ୍ପିଲା ସ୍ୱମେଶ୍ୱର ପୀଠ,
କାକଟପୁର ତା ୧/୬ ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲା କାକଟପୁରର ପ୍ରାଚୀନ ଶୈବପୀଠ ପ୍ରଭୁ ସ୍ୱମେଶ୍ୱର ମହାଦେବଙ୍କ ବିବାହ କାର୍ଯ୍ୟ ମହା ଆଡମ୍ବରରେ ସମ୍ପନ୍ନ ହୋଇଯାଇଛି । ସନାତନ ସଂସ୍କୃତି ଅନୁସାରେ ବୈଦିକ ରିତିନିତି ଓ ଵିଧି ବିଧାନରେ ବରବରଣ, ବାଟବରଣ, ପ୍ରଥମ ବରଣ, ଅଧିବାସ କର୍ମ, ବନ୍ଦାଣ, ଷଡ଼ାର୍ଘ୍ୟ, ଦ୍ବିତୀୟବରଣ, ସମୁଖ୍ୟକରଣ, ମହାବାକ୍ୟ, କନ୍ୟାଦାନ, ହସ୍ତଗଣ୍ଠି, ଦକ୍ଷକନ୍ୟକା, ବିବାହହୋମ ଏବଂ ଶେଷରେ ଦେବଦମ୍ପତିଙ୍କ ବନ୍ଦାପନା କରାଯାଇ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଘଣ୍ଟ ଘଣ୍ଟା, ବାଦ୍ୟ, ଶଙ୍ଖ ଧ୍ଵନିରତାଳେ ତାଳେ ନାଚୁଥିବା ବରଯାତ୍ରୀ ଦଳ ଏବଂ ଉପସ୍ଥିତ ଶ୍ରଦ୍ଧାଳୁମାନେ ମନ୍ଦିର ପରିକ୍ରମାକରି ପ୍ରଭୁ ସ୍ୱମେଶ୍ୱର ମହାଦେବଙ୍କ ବିବାହ ମଣ୍ଡପ ଠାରେ ପହଁଚିଥିଲେ । ସେଠାରେ କନ୍ୟାଘର ପକ୍ଷରୁ ହୃଦାନନ୍ଦ ଦୀକ୍ଷିତ,ମାମୁଲି ଦୀକ୍ଷିତ ଵିଧି ପୂର୍ବକ ବାଟବରଣ କରି ବର ଶ୍ରୀ ସ୍ୱମେଶ୍ୱର ମହାଦେବଙ୍କୁ ହାତଧରି ବିବାହ
ମଣ୍ଡପକୁ ପାଛୋଟି ନେଇଥିଲେ । ଆବଶ୍ୟକ କର୍ମ ବିଧାନ ପରେ ମା ପାର୍ବତିଙ୍କୁ ପଟୁଆରରେବିବାହ ମଣ୍ଡପକୁ ନିଆଯାଇଥିଲା । ସେଠାରେ ସନାତନ ଦୀକ୍ଷିତ ଶିବଙ୍କ ପିତା ଭାବେ ବିବାହ
କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ସମୟରେ ଶଙ୍ଖ, ହୁଳହୁଳି ଶବ୍ଦରେ ମନ୍ଦିର ଚତୁପାର୍ଶ୍ୱ ପ୍ରକମ୍ପିତ ହେଉଥିଲା । ବିବାହ ଶେଷରେ ଦେବଦମ୍ପତି ମନ୍ଦିରକୁ ଫେରିଯାଇଥିଲେ । ଉକ୍ତ ବିବାହ କାର୍ଯ୍ୟକ୍ରମରେ ପୂଜାପଣ୍ଡା ଭାବେ ଶରତ କୁମାର ଦୀକ୍ଷିତ ଉପସ୍ଥିତ ରହି ବିବାହ କାର୍ଯ୍ୟ ସମ୍ପାଦନ କରିଥିବାବେଳେ ସମସ୍ତ ସେବାୟତ ମାନେ ବରଯାତ୍ରୀ ଭାବେ ଯାଇଥିଲେ l ଶେଷରେ ସମସ୍ତ ଭକ୍ତ ମାନଙ୍କ ପାଇଁ ସେବାୟତ ନିଯୋଗ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା l