Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କଟରା ରେ ମୋବାଇଲ ସେବା ବିପର୍ଯ୍ୟୟ । 2

ତିର୍ତ୍ତୋଲ, 01/06/2025, ବିକ୍ରମ ଓଡ଼ିଶା ନିୟୁଜ: କଟରା ରେ ମୋବାଇଲ ସେବା ବିପର୍ଯ୍ୟୟ ।
Article Image
ତିର୍ତ୍ତୋଲ-୧/୬-(ରିପୋର୍ଟ-ଟୁକନ ସେଠୀ)- ବ୍ଳକ ଅନ୍ତର୍ଗତ କଟରା ପଞ୍ଚୟତ ଅଧିନସ୍ତ ରାଜସ୍ୱ ଗ୍ରାମ ବେଗୁନିଆ,ମଠସାହି,କୋର କୋର ଓ ଯଜାଙ୍ଗ ଇତ୍ୟାଦି ଗ୍ରାମରେ ଏଆରଟେଲ ଓ ବି ଏସ ଏନ ଏଲ ସେବା ନଥିବାରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି ।ଭାରତ ର ବୃହତ୍ତମ ସେବା ପ୍ରଦାନକାରି କହୁଥିବା ସଂସ୍ଥା ଏଆରଟେଲ କମ୍ପାନୀ ବେଗୁନିଆ ଓ ମଠସାହି ରେ ସେବା ଦେବାରେ ବିଫଳ ହୋଇଛି । ସେହିଭଳି ଭାରତ ସରକାରଙ୍କ ଦୁରସଂଚାର ସଂସ୍ଥା ବି ଏସ ଏନ ଏଲ କଥା ନ କହିବା ଭଲ କେବେ ଛାତ ଉପରେ ନେଟୱର୍କ ଆସୁଛି ଗୋଟେ ବାଡ଼ି ତ କେବେ ନାହିଁ ।ଏହାକୁ ଦୃଷ୍ଟିରେ ରଖି ପୁର୍ବତନ ବିଧାୟକ ଦୁରସଂଚାର ନିଗମ ର ଜି ଏମ ଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଇଥିଲେ କିନ୍ତୁ ଦୀର୍ଘଦିନ ବିତିଥିଲେ ମଧ୍ୟ ସମାନ ଅବସ୍ଥା ।ଏହି କଟରା ପଞ୍ଚାୟତ ର ବହୁ ବାସିନ୍ଦା ଏଠାରେ ଜିଓ କୁ ଆପଣେଇ ନେଇଥିବା ବେଳେ ଗରିବ ଲୋକମାନେ ପଇସା ଅଭାବରୁ ଦାମୀ ଫୋନ କିଣିବାରେ ଅସମର୍ଥ ହେଉଥିବା ବେଳେ ଜରୁରୀ କାଳୀନ ପରିସ୍ଥିତି ରେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳୁଛି । ସେହିପରି ଆଜିକାଲି ଯୁଗରେ ପିଲାମାନେ ମଧ୍ୟ ଅନ ଲାଇନ ପାଠ ପଢିବା ରୁ ବଂଚିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗ୍ରାମବାସୀ ମାନେ ଏହି ଅଞ୍ଚଳରେ ଟାୱେର ବସାଇବାକୁ ଏହି ୨ଟି କମ୍ପାନୀ ର ଉପରିସ୍ଥ ଅଧିକାରୀ ଙ୍କୁ ନିବେଦନ କରିଛନ୍ତି ।