Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବୈରୀ ବନ ବିଭାଗ ଚୋରା ମଙ୍କେଡା ପଥର ବୋଝାଇ ଟ୍ରକ ଜବତ। 2

ଯାଜପୁର, 01/06/2025, ବିକ୍ରମ ଓଡ଼ିଶା ନିୟୁଜ: ବୈରୀ ବନ ବିଭାଗ ଚୋରା ମଙ୍କେଡା ପଥର ବୋଝାଇ ଟ୍ରକ ଜବତ।କଟକ ବନଖଣ୍ଡ ଅନ୍ତର୍ଗତ ବୈରୀ ଠାରେ ଥିବା ଡାଳିଯୋଡା ବନାଅଞ୍ଚଳର ପକ୍ଷରୁ ଚୋରା ମାଙ୍କଡ଼ା ପଥର ବୋଝାଇ ଟ୍ରକ ଜବତ କରାଯାଇଛି। ଘଟଣାରୁ ପ୍ରକାଶ ଯେ ବୈରୀ ଫରେଷ୍ଟର ସସ୍ମିତା ସ୍ବାଇଁ ଭୋର ସମୟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟ୍ରକ ମାଙ୍କଡ଼ା ପଥର ବୋଝାଇ କରି ହାଇଲେବୁଲ କେନଲ ରାସ୍ତାର ବୈରୀ ଠାରୁ ବଡଚଣା ଆଡେ ଯାଉଥିବା ବେଳେ ଉପୁଳା ପାଖରେ ଫରେଷ୍ଟର ଅଟକାଇ ମାଙ୍କଡ଼ା ପଥରର କାଗଜପତ୍ର ମାଗିଥିଲେ ।ମାତ୍ର ଗାଡିରେ କୈଣସି କାଗଜପତ୍ର ନଥିବା ରୁ ଗାଡିଟିକୁ ଜବତ କରିବା ସହିତ ବୈରୀ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି ଓ ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି । ଯାଜପୁର ରୁ ଉମାକାନ୍ତ ବେହେରା ଙ୍କ ରିପୋର୍ଟ
Article Image