Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଡ୍ରେନଜ ଠିକାଦାର ଙ୍କ ଜେସିପି ଚୋଟରେ ନଦିବନ୍ଧ ଦୃର୍ବଳ ହେଲା 3

ଏରସମା, 02/06/2025, ବିକ୍ରମ ଓଡ଼ିଶା ନିୟୁଜ:
Article Image
ଡ୍ରେନଜ ଠିକାଦାର ଙ୍କ ଜେସିପି ଚୋଟରେ ନଦିବନ୍ଧ ଦୃର୍ବଳ ହେଲା
Article Image
ଏରସମା 1/6 ଜଗତସିଂହପୁର ଜିଲ୍ଲା ଡ୍ରେନଜ ବିଭାଗ ଏରସମା ଡ୍ରେନଜ ଉପଖଣ୍ଡ ଅଧୀନରେ ଥିବାବିଭିର୍ନ ଜଳ ନିଷ୍କାସନ ନାଳି କୁ ସଫେଇ କରିବା ଆଳରେ ବନ୍ଧ ତଳୁମାଟି ତଡି ସେହି ବନ୍ଧ ଉପରେ ପକେଇବା ଦ୍ୱାରା ଉଭୟ ପାଖ ବନ୍ଧ ଦୃର୍ବଳ ହୋଇ ଯାଉଛି, ସ୍ଥାନୀୟ ଲୋକେ ବିରୋଧ କଲେ ବି ଠିକାଦାର କାହା କଥା ନଶୁଣି କାମକରି ଚାଲିଛି, ଏଭଳି ଠିକାଦାର ର କାମ ଦେଖିବାକୁ ମିଳିଛି ଏହି ଡ୍ରେନଜ କେନାଲ ଭିତରେ ରହିଛିବୃଦ୍ଧା ନଦୀ, ମୁଣ୍ଡିଦା-କୋଷ୍ଟି ପଣ୍ଡୁଆପଛ ପଟେ ଯାଇଥିବା କେନାଲ, ଠିକାଦାର ଏହିସବୁ ଡ୍ରେନଜ ସିଷ୍ଟମ କୁ ବର୍ଷା ଦିନ ପୂର୍ବରୁ କରିବା ପାଇଁ ଟେଣ୍ଡର ରେ ଚୁକ୍ତି କରିଥିବା ବେଳେଗାଲେଇ ଗାଲେଇ ରହି ଖରାଦିନକୁବିତାଇ ବର୍ଷା ସମୟରେ କେବଳ ବନ୍ଧ ତଡି ସେହି ବନ୍ଧ ଉପରେ ପକାଇ କାମ ଶେଷ କରି ଠକିବାକୁଚେଷ୍ଟା କରୁଛି, ବୃଦ୍ଧା ନଦିର ପଣ୍ଡୁଆ ରାହାମା ରାସ୍ତା ଜୁନଗଣ୍ଡ ପୋଲ ନିକଟରେ ଥିବା ପ୍ରଶାସ୍ଥ ବନ୍ଧ କୁ ତାଡି ନଦୀ ବନ୍ଧକୁ ଦୃର୍ବଳ କରିଛି,କେନାଲ ଗର୍ଭ ସଫେଇ ନାଁ ରେ କେବଳ କଲିକତି ଦଳକୁ ରାମ୍ପି ନଦିବନ୍ଧ ଉପରେ ପକାଇ ତା ଉପରେ ମାଟି ଥାପି ବନ୍ଧ କରୁଥିବା ଦେଖା ଯାଉଛି, ଫଳରେ ବର୍ଷା ଜଳଠିକାଦାର କରିଥିବା କାମକୁ ଠେଲିବନ୍ଧ ଭାଙ୍ଗି ବାର ଯଥେଷ୍ଟ ସମ୍ଭାବନା ରହୁଛି, ତେଣୁ ଜଳସମ୍ପଦ ବିଭାଗ ଏହି ଡ୍ରେନଜ କାର୍ଯ୍ୟକୁ ନିରୀକ୍ଷଣ କରିବା ଉଚିତ ନଚେତ ଯନ୍ତ୍ରୀ ଠିକାଦାର ଙ୍କମଧୁ ଚନ୍ଦ୍ରିକାରେ କୋଟି କୋଟି ଟଙ୍କାବାଟମାରାଣ ହୋଇଯିବ lଶ୍ରୀବତ୍ସ ପାଢ଼ୀ (ବିକ୍ରମ ଓଡିଶା )