Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପାରାଦୀପ ବନ୍ଦର ଗୋପବନ୍ଧୁ ଷ୍ଟାଡିୟମରେ ଆରମ୍ଭ ହେବ ୨୬ତମ ମିନି ଏବଂ ଯୁବ ଜାତୀୟ ଟେନିସ୍ ଭଲିବଲ୍ ଚାମ୍ପିଅନସିପ୍। 1

ପାରାଦ୍ୱୀପ , 29/04/2025, ବିକ୍ରମ ଓଡ଼ିଶା ନିୟୁଜ: ପାରାଦୀପ ବନ୍ଦର ଗୋପବନ୍ଧୁ ଷ୍ଟାଡିୟମରେ ଆରମ୍ଭ ହେବ ୨୬ତମ ମିନି ଏବଂ ଯୁବ ଜାତୀୟ ଟେନିସ୍ ଭଲିବଲ୍ ଚାମ୍ପିଅନସିପ୍। ପାରାଦୀପ ବନ୍ଦର ଓ ଓଡ଼ିଶା ଟେନିସ ଭଲିବଲ୍ ସଂଘ ମିଳିତ ଭାବେ ଏହି ଚମ୍ପିୟନସିପ୍ କୁ ଆୟୋଜନ କରିଥିବା ବେଳେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଏହି ଟେନିସ ଭଲିବଲ୍ ଚମ୍ପିୟନସିପ୍ ରେ ୨୩ ଟି ରାଜ୍ୟ ର ପୁଅ ଓ ଝିଅ ମିଶି ୬ଶହ ଟେନିସ ଭଲିବଲ୍ ଖେଳାଳି ଭାଗ ନେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଚମ୍ପିୟନସିପ୍ ମେ ୨ତାରିଖ ରୁ ୪ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଚାଲିବାକୁ ଥିବା ବେଳେ ଉଦଘାଟନୀ ଉତ୍ସବ ରେ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ,ଶୀଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ସାଂସଦ ବିଭୂ ପ୍ରସାଦ ତରାଇ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଯୁବ ଜାତୀୟ ଟେନିସ ଭଲିବଲ୍ ଚମ୍ପିୟନସିପ୍ ଦିବାରାତ୍ର ଚାଲିବ ବୋଲି ଓଡ଼ିଶା ଟେନିସ ଭଲିବଲ୍ ଆସୋସିଏସନ ର ସଂପାଦକ ଶଶୀକାନ୍ତ ନାୟକ କହିଛନ୍ତି।
Article Image
Article Image