Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ରାଜ୍ୟ ପିସିସି ସଭାପତିଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ପ୍ରସ୍ତୁତି ବୈଠକ , 1

ଗଞ୍ଜାମ, 02/06/2025, ବିକ୍ରମ ଓଡ଼ିଶା ନିୟୁଜ: ରାଜ୍ୟ ପିସିସି ସଭାପତିଙ୍କ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ପ୍ରସ୍ତୁତି ବୈଠକ , ହିଞ୍ଜିଳିରୁ ଆରମ୍ଭ ସମ୍ବିଧାନ ବଞ୍ଚାଓ ଅଭିଯାନ ।ହିଞ୍ଜିଳି କାଟୁ :-୧/୦୬/୨୫ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଠାରୁ ରାଜ୍ୟ ପିସିସି ସଭାପତିଙ୍କ ସମ୍ବିଧାନ ବଞ୍ଚାଓ ଅଭିଯାନ ଆରମ୍ଭ ନେଇ ଗଞ୍ଜାମ ପଶ୍ଚିମ କଂଗ୍ରେସ କାର୍ଯ୍ଯାଳୟ ଆସ୍କା ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ସଭାପତି ରବିନ୍ଦ୍ର ନାଥ ଶର୍ମାଙ୍କ ସଭାପତିତ୍ୱ ବୈଠକରେ ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନା , ପର୍ଯବେକ୍ଷକ ବିଜୟ କୁମାର ପ୍ରଧାନ ବହୁ ବରିଷ୍ଠ କଂଗ୍ରେସ ନେତା ଉପସ୍ଥିତ ଥିଲେ । ଆସନ୍ତା ଜୁନ ମାସ ୬ ତାରିଖରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଠାରୁ ସମ୍ବିଧାନ ବଞ୍ଚାଓ ଅଭିଯାନ ଆରମ୍ଭ ହେବା ନିଶ୍ଚିତ ହୋଇଥିବା ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ ସଭାପତିଙ୍କ ସୁଚନା ରହିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ରାଜ୍ୟ ପ୍ରଭାରି ଅଜୟ କୁମାର ଲାଲ୍ ଯୋଗଦେବା ସମ୍ଭାବନା ରହିଛି । ସାନଖେମୁଣ୍ଡି ବିଧାୟକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ଜେନାଙ୍କୁ ରାଜ୍ୟ ପିସିସିର ଉପ ସଭାପତି ଦାଇତ୍ବ ନେବା ପରେ ପରେ ଏହା ହେଉଛି ତାଙ୍କରି ପ୍ରଥମ ପଦକ୍ଷେପ ଏବଂ ଆଗକୁ ବହୁତ ବଡ଼ ବଡ଼ ସାଂଗଠନିକ ସ୍ଥିତ ମଜବୁତ ରହି ଗଞ୍ଜାମ ପୁଣି କଂଗ୍ରେସ ଗଡ ଭାବେ ବଢ଼ିବା ଲକ୍ଷ୍ୟ କରାଯାଇଛି ବୋଲି ଜୈନିକ ବରିଷ୍ଠ କଂଗ୍ରେସ ନେତାଙ୍କ ସୁଚନା ରହିଛି ।
Article Image
ହିଞ୍ଜିଳିକାଟୁ ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ଙ୍କ ରିପୋର୍ଟ
Article Image