Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଓଁ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ପ୍ରଥମ ଜନ୍ମ ବାର୍ଷିକ ଓ ବିଶ୍ୱଶାନ୍ତି ମହାଯଜ୍ଞ 2

ଜଗତସିଂହପୁର , 02/06/2025, ବିକ୍ରମ ଓଡ଼ିଶା ନିୟୁଜ: ଓଁ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ପ୍ରଥମ ଜନ୍ମ ବାର୍ଷିକ ଓ ବିଶ୍ୱଶାନ୍ତି ମହାଯଜ୍ଞଜଗତସିଂହପୁର, ୧/୬/୨୦୨୫
Article Image
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧୀନ କୋଲର ପଞ୍ଚାୟତ ଅଢାପତି ଗ୍ରାମସ୍ଥିତ ଖେଳ ପଡିଆ ଠାରେ ଅବସ୍ଥିତ ଓଁ ଶ୍ରୀ ଶ୍ରୀ ସିଦ୍ଧ ମହାବୀରଙ୍କ ପ୍ରଥମ ଜନ୍ମ ବାର୍ଷିକୀ ଏବଂ ବିଶ୍ଵଶାନ୍ତି ମହାଯଜ୍ଞ ଗତ ୨୯/୫ଗୁରୁବାର ଠୁ ଆରମ୍ଭ ହୋଇ ୧/୬/୨୦୨୫ରବିବାର ପଯ୍ୟନ୍ତ ଚାଲିଥିଲା, ଗୁରୁବାର ଅଙ୍କୁରାରୋପଣ କରାଯାଇଥିବା ବେଳେ ଶୁକ୍ରବାର କଳସ ଯାତ୍ରା କରାଯାଇ ବୈଦିକ ବ୍ରାହ୍ମଣ ଓ ପଣ୍ଡିତମାନଙ୍କ ଦ୍ୱାରା ଯଜ୍ଞ ଆରମ୍ଭ ହୋଇ ଆହୁତି ପ୍ରଦାନ କରାଯାଇଥିଲା, ଶନିବାର ମଧ୍ୟ ଯଜ୍ଞାହୁତି କରାଯାଇଥିବା ବେଳେ, ରବିବାର ଦିନ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ କରାଯାଇଥିଲା, ସଂନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ସହ ସାମୁହିକ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା,ପାଖ ଆଖରୁ ଜନସାମାଗମ ହୋଇଥିଲା, ଗ୍ରାମବାସୀମାନଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମମାନ ଶାନ୍ତି ଶୃଙ୍ଖଳାରେ ହୋଇଥିଲା।