Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଖୋର୍ଦ୍ଧା ସହର ବ୍ରାଉନସୁଗାର ର ହବ୍ ପାଲଟିଥିବା ବେଳେ, ଏବେ ଏହି ଧଳା ଜହର କାରବାର ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି 5

ଖୋର୍ଦ୍ଧା, 02/06/2025, ବିକ୍ରମ ଓଡ଼ିଶା ନିୟୁଜ: ଖୋର୍ଦ୍ଧା ସହର ବ୍ରାଉନସୁଗାର ର ହବ୍ ପାଲଟିଥିବା ବେଳେ, ଏବେ ଏହି ଧଳା ଜହର କାରବାର ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ଏହାର ଆଖପାଖ ଗ୍ରାମାଞ୍ଚଳ। ଖୋର୍ଦ୍ଧା ପୋଲିସ ଆଜି ଏକ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଜଙ୍କିଆ ଥାନା ଛଣଗିରି ଅଞ୍ଚଳରୁ ଦୁଇଶହ ଅଠାବନ ଗ୍ରାମ ବ୍ରାଉନସୁଗାର ବରାମଦ କରିବାରେ ସଫଳ ହୋଇଛି । ଏହି ଘଟଣାରେ ଦୁଇଜଣ ପେଶାଦାର ବ୍ରାଉନସୁଗାର ବ୍ୟବସାୟୀଙ୍କ ସମେତ ଗୋଟିଏ ବୁଲେଟ ମୋଟର ସାଇକେଲକୁ ଜବତ କରିଛି ପୋଲିସ। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ପ୍ରାୟ ପଚିଶ ଲକ୍ଷରୁ ଉର୍ଦ୍ଧ ଟଙ୍କାର ହେବ ବୋଲି ଜଣା ପଡ଼ିଛି। ସେହିପରି ଗିରଫ ହୋଇଥିବା ବ୍ରାଉନ ସୁଗାର ବ୍ୟବସାୟୀ ରାକେଶ ପଟ୍ଟନାୟକ ଓରଫ ହାପି ଏଵଂ ସୂର୍ଯ୍ୟକାନ୍ତ ନାୟକ ଓରଫ୍ ଗୁଡୁ ଉଭୟଙ୍କ ଘର ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ଭାଲିଆବାଡ଼ି ହୋଇଥିବା ବେଳେ, ପୂର୍ବରୁ ଏମାନଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ଗୁଡିଏ ଅପରାଧିକ ମାମଲା ରହିଥିବା ଜଣା ପଡିଛି। ଏମାନେ ଏତେ ପରିମାଣର ବ୍ରାଉନସୁଗାର କେଉଁଠାରୁ ଏବଂ କାହା ପାଖରୁ ଆଣୁଥିଲେ ଓ ଏହା ସହିତ ଏମାନଙ୍କ ନେଟୱର୍କ କୁଆଡେ କୁଆଡେ ଲମ୍ବିଛି, ସେ ନେଇ ପୋଲିସ ତଦନ୍ତ କରୁଥିବା ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍.ପି ସାଗରିକା ନାଥ।
Article Image
Article Image