Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଜ୍ଞାନପ୍ରଭା ମିଶନ ଦ୍ଵାରା କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ । 2

ନାଉଗାଁ, 02/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜ୍ଞାନପ୍ରଭା ମିଶନ ଦ୍ଵାରା କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ।
Article Image
ନାଉଗାଁ ୦୨/୦୬; ବିକ୍ରମ ଓଡିଶା ନିୟଜୁନାଉଗାଁ ବ୍ଲକ ଅବଦଲପୁର ସ୍ଥିତ ହରିହାରାନନ୍ଦ ମାତୃ ଅଶ୍ର୍ରମ ଠାରେ ଜ୍ଞାନପ୍ରଭା ମିଶନ ଆନୁକୂଲ୍ୟରେ ମାଆ ଗୁରୁ ପ୍ରେମାନନ୍ଦଜୀଙ୍କର ଜୟନ୍ତୀ ଅବସରରେ ଏକ କର୍କଟ ରୋଗ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରଟି ବାଗଚି ଶ୍ରୀ ଶଙ୍କରା ହସ୍ପିଟାଲର ଅଭିଜ୍ଞ ଚିକିତ୍ସକ ଡ଼ଃ ଅଭିଷେକ ଦଣ୍ଡପାଟ ଓ ଡ଼ଃ ନିହାରିକା ଦାସଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ରୂପରେଖ ଓ ଆଜିର ସମାଜରେ କର୍କଟ ରୋଗର ଭୟଭହିତ ବିଷୟରେ ଜ୍ଞାନପ୍ରଭା ମିଶନ ର ସମ୍ପାଦିକା ପ୍ରାରମ୍ଭିକ ବକ୍ତବ୍ୟ ରଖିଥିଲେ ।ଏହାପରେ ଚିକିତ୍ସକ ମାନେ ଅତ୍ୟାଧୁନିକ ଯନ୍ତ ସାହାଯ୍ୟରେ ବିଭିନ୍ନ ପ୍ରକାର କର୍କଟ ରୋଗର କାରଣ, ନିରାକରଣ, ଚିକିତ୍ସା ଆଦି ବିଷୟରେ ବିଶେଷ ଭାବରେ ଉପସ୍ଥାପନା କରିଥିଲେ ।ଏହି କାର୍ଯ୍ୟକ୍ରମ କୁ ଜ୍ଞାନପ୍ରଭା ମିଶନର ସନ୍ୟାସୀନି ସ୍ୱାମୀ ଦୁର୍ଗେସାନନ୍ଦ ମାଆ ,ସ୍ଵାମୀ ସୁମେଧାନନ୍ଦ ମାଆ,ବ୍ରହ୍ମଚାରିଣୀ କୃଷ୍ଣମୟୀ ମାଆ, ବ୍ରହ୍ମଚାରିଣୀ ମଧୂମୟୀ ମାଆ, କୁହୁକିନୀ ମାଆ ଓ ସମସ୍ତ ଗୁରୁଭାଇ ଓ ମାଆମାନେ କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
Article Image
Article Image