Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 03/06/2025, ବିକ୍ରମ ଓଡ଼ିଶା ନିୟୁଜ: ଗଙ୍ଗାଧର ବିଶ୍ୱାଳ ଛାଡ଼ିବେ ବିଜେଡିଅନ୍ୟ ଦଳକୁ ମାରିବେ ଡିଆଁ l
ତିର୍ତୋଲ ୨/୬ ତିର୍ତୋଲ ବ୍ଲକ ବିଜୁ ଜନତା ଦଳର, ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ଛାଡ଼ିବେ ବିଜେଡି, ଏନେଇ ସ୍ପଷ୍ଠ ସୂଚନା ମିଳିଛି, ତିର୍ତୋଲ ବିଧାୟକ ଡ ରମାକାନ୍ତ ଭୋଇଙ୍କ କାର୍ଯ୍ୟ କଳାପରେ ଶ୍ରୀ ବିଶ୍ୱାଳ ଅତିଷ୍ଠ ହେବା ପରେ ଏପରି ନିଷ୍ପତି ନେଇଥିବା ସୂଚନା ଆସିଛି, ରାଜ୍ୟ ରେ ବିଜେଡିର ମିଟର ନିନ୍ମଗାମୀ

ହେଉଥିବାରୁ ଓ ୨୦୨୪ ନିର୍ବାଚନରେ ଚିଟିପଟ୍ଟାଙ୍ଗ ମାରିବା ପରେ ତିର୍ତୋଲ ର ବରିଷ୍ଠ ନେତୃତ୍ୱନେଇଥିବା ବ୍ଲକ ସଭାପତି ଗଙ୍ଗାଧରବିଶ୍ୱାଳ ଓ କର୍ମୀ ମାନେ ଡା ରମାକାନ୍ତ ଭୋଇଙ୍କୁ ମୁକୁଟ ପିନ୍ଧାଇବିଧାୟକ କରିଥିଲେ, ହେଲେ ଏତେ ଶୀଘ୍ର ବିଧାୟକ କର୍ମୀ ଓ ନେତା ମାନଙ୍କୁ ଭୁଲିଯିବା ରୁ ତିର୍ତୋଲ ବିଜେଡିରେ ଅସନ୍ତୋଷ ର କୁହୁଳିକା ଦେଖାଯାଇଛି, ବିଧାୟକ ଏକା ମାଘକେ ଶୀତ ଅନୁଭବ କରି କର୍ମୀ ଓ ନେତା ମାନଙ୍କୁ ବିପଥ ଗାମୀ କରୁଛନ୍ତି ବୋଲି ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ ଅନୁଭବ କରି ୟୁ ଟର୍ନ ଦେଲେଣି ଆଗାମୀ ଦିନରେ ଅନ୍ୟ ଦଳକୁ କୁଦାମାରି ନିଜର ସ୍ୱାଭିମାନ ବଜାୟ ରଖିବେ ହେଲେତିର୍ତୋଲ ବିଧାୟକ ଙ୍କ ଜାଲରେ ଆଉ ଫସିବେ ନାହିଁ ବୋଲି କହି ଛନ୍ତି, ଏକା ଗଙ୍ଗାଧର ବିଶ୍ୱାଳ ନୁହେଁତାଙ୍କ ସହଯୋଗୀ ମାନେ ବି ବିଧାୟକ ପ୍ରେମରୁ ମୁହଁ ଫେରାଇ ଥିବା ଶ୍ରୀ ବିଶ୍ୱାଳ କହିଛନ୍ତି, ଆଗକୁଆସୁଛି ପଂଚାୟତ ନିର୍ବାଚନ ସେଥିଲାଗି ଯଥା ସମୟ ପୁର୍ବ ରୁଆଲୋ ସାକ୍ଷୀ ଆପଣା ମହତ ଆପେ ରଖି ନୀତିରେ ଗଙ୍ଗାଧର ତିର୍ତୋଲିଆବିଜେଡି ନଈ କୁ ଗୋଳିଆ କରଦେବେ ବୋଲି ବସିଲେଣି, ସେପଟେ ମାନ୍ୟବର ବିଧାୟକ ଶ୍ରୀ ଭୋଇ ଆଉ ଗଙ୍ଗା ଜଳ ପବିତ୍ର ନାହିଁବୋଲି ଡିଣ୍ଡିମ ପିଟି ନୂଆ ସଭାପତି ସବୁ ଥଇ ଥାନ କରି କାମଚଳା ସଂଗଠନ ପ୍ରସ୍ତୁତ କରି ପାଞ୍ଚ ବର୍ଷ ପାରି ହେବାକୁ ଚିନ୍ତା କରି ଦଳ କି ବା...., ଉପରେ ଗୁରୁତ୍ୱ ଦେଉ ନାହାନ୍ତି l ତିର୍ତୋଲ ବିଜେଡି ଖଇଚିଆ ହେଲାଣି lଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ, (ବିକ୍ରମ ଓଡିଶା)