Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ନିରାକାରପୁର , 03/06/2025, ବିକ୍ରମ ଓଡ଼ିଶା ନିୟୁଜ: ଦୀର୍ଘ ୬୨ବର୍ଷ ହେଲା ଉପର ମହଲାରେ ଭଡାରେ ନିରାକାରପୁର ଉପ ଡାକ ଘର | ଅସୁବିଧା ଭୋଗ କରୁଛନ୍ତି ପେନସନ ଧାରୀ ବରିଷ୍ଠ ନାଗର : ଦିନ ଥିଲା ଯେତେବେଳେ ସ୍ମାର୍ଟ ଫୋନ କି ଇଣ୍ଟରନେଟ ନଥିଲା |ପ୍ରତ୍ୟକ ବ୍ୟକ୍ତି ଆବଶ୍ୟକ ସମୟରେ ନିଜର ଜରୁରୀ ବାର୍ତ୍ତାକୁ ଡାକରେ ପଠାଇବାକୁ ବାଧ୍ୟ ହେଉଥିଲେ |ହେଲେ ବିଜ୍ଞାନ ଯୁଗରେ ଇଣ୍ଟରନେଟ ଓ ମୋବାଇଲର ସୁବିଧା ସତେ ଡାକଘର କାର୍ଯ୍ୟର ଗୁରୁତ୍ୱ କମିନି |ଏହା କେନ୍ଦ୍ର ସରକାରଙ୍କର ଏକ ଜରୁରୀ କାଳୀନ ଦାୟିତ୍ୱ ସମ୍ପନ୍ନ ସଂସ୍ଥା | ହେଲେ ଆଜିବି ଅନେକ ଡାକ ଘର ଅବହେଳିତ ଅବସ୍ଥାରେ ପଡ଼ିରହିଛି |ଏଭଳି ଦୁରବସ୍ଥା ଦେଖିବାକୁ ମିଳିଛି ନିରାକାରପୁର ଠାରେ ଥିବା ଉପ-ଡାକଘର କ୍ଷେତ୍ରରେ |ଏହି ଡାକଘରଟି ୧୯୬୨ ମସିହାରେ ନିରାକାରପୁର ଅଞ୍ଚଳରେ ଅବସ୍ଥାପିତ ହୋଇଥିଲା |ଏହା ଅଧୀନରେ ରହିଛି ବକୁ, ରାଇଗୁରୁ ପୁର, କେଶରପୁର, ଓଲ୍ହାଣ, ଭାଟପଡା, ଅଡାଲ, ଗଡ଼ଖାରଦ, ଲେଣ୍ଡୋ, ନୀଳଗିରି ପାଟଣା, ଆଦି ୯ଟି ଶାଖା ଡାକଘର |ଏହାଯୋଗୁଁ ଖାଲି ନିରାକାରପୁର ନୁହେଁ ବରଂ ସତ୍ୟବାଦୀ ଓ ଖୋର୍ଦ୍ଧା ୨ଟି ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ଉପକୃତ ହେଉଥିଲେ |ପଡୋଶୀ ୩୦ରୁ ଉର୍ଧ୍ଵ ପଞ୍ଚାୟତବାସୀ ଉପକୃତ ହେଉଥିଲେ | ଦୁଃଖର ବିଷୟ ନିରାକାରପୁର ଉପ-ଡାକଘରଟି ଅଦ୍ୟାବଧି ଚାଲିଛି ଭଡା ସୂତ୍ରରେ |ସେ ପୁଣି ଉପର ମହଲାରେ | ଯlଦ୍ୱାରା ରେଳବାଇ, ବିଏସଏନଏଲ ଓ ପୋଷ୍ଟାଲ ବିଭାଗରୁ ଅବସର ନେଇଥିବା ପ୍ରାୟ ୨୫ରୁ ଉର୍ଧ୍ଵ ଅବସର ପ୍ରାପ୍ତ କର୍ମ ଚାରି ସିଡିରେ ଚଢି ନିଜର ପେନସନ ପାଇଁ ନେବାକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କେବଳ ସେତିକିନୁହେଁ ଅନ୍ୟାନ୍ୟ ବରିଷ୍ଠ ନାଗରିକଙ୍କ ସମେତ ଭିନ୍ନକ୍ଷମ ବ୍ୟକ୍ତି ବିଶେଷ ଅନ୍ୟାନ୍ୟ କାର୍ଯ୍ୟରେ ଆସିବାକୁ ମଧ୍ୟ ଅସୁବିଧା ଭୋଗ କରୁଛନ୍ତି |ଗୋଟିଏ ପଟେ କାର୍ଯ୍ୟାଳୟଟି ଉପର ମହଲାରେ ଚାଲୁଥିବା ବେଳେ ଅନ୍ୟପକ୍ଷେ ମାସିକ ଘରଭଡା ବାବଦକୁ ସାଢ଼େ ୭ ହଜାର ଟଙ୍କା ରାଜସ୍ବ ଅର୍ଥ ହାନୀ ଘଟୁଛି |ବାରମ୍ବାର ଉକ୍ତ ଉପ-ଡାକଘରର ନିଜସ୍ୱ ନାମରେ ସ୍ଥାୟୀ ଜାଗାଟିଏ ନିମିତ୍ତ ବିଭାଗ ଓ ପ୍ରଶାସନକୁ ଅଞ୍ଚଳବାସୀଙ୍କ ତରଫରୁ ନିବେଦନ ସତ୍ୱେ ଏଥିପ୍ରତି କେହି ଗୁରୁତ୍ୱ ନଦେବା ବିଡମ୍ବନାର ବିଷୟ ବୋଲି ଚର୍ଚ୍ଚା ହେଇଛି |ଖୋର୍ଦ୍ଧା ରୁ ବିଜୟ ବାହୁ ବଳେନ୍ଦ୍ର ଙ୍କ ରିପୋର୍ଟ


