ବାଲେଶ୍ଵର, 29/04/2025, ବିକ୍ରମ ଓଡ଼ିଶା ନିୟୁଜ: *ରାଜ୍ୟ ସ୍ତରରେ ବାଲେଶ୍ୱର ଜିଲ୍ଲାର ଉତ୍ତମ ଟ୍ୱିଟର ମ୍ୟାନ୍ ଭାବେ ସମ୍ବର୍ଦ୍ଧିତ ହେଲେ ମୁକେଶ* ଟୁଇଟର 'ଏକ୍ସ’ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରୁଥିବାରୁ ପୁରୀ ସଂସ୍କୃତି ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଚତୁର୍ଥ ବାର୍ଷିକ ଉତ୍ସବରେ ବାଲେଶ୍ଵର ଜିଲ୍ଲାର ମୁକେଶ ଦଳାଇ ଟୁଇଟର ବା ଏକ୍ସ ମ୍ୟାନ୍ ଭାବେ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ ହୋଇଛନ୍ତି।ଟିମ୍ ‘ଆଟା’ ର କର୍ମକର୍ତ୍ତା ସାରା ରାଜ୍ୟରେ କାମ କରୁଥିବା ବେଳେ ମୁକେଶ ବାଲେଶ୍ବର ଜିଲ୍ଲାରେ ଜିଲ୍ଲା ସଂଯୋଜକ ଭାବେ କାମ କରନ୍ତି।ଲୋକଙ୍କ ସମସ୍ୟା ଦେଖି ପ୍ରତିଦିନ ମୁକେଶ ଏକ୍ସ ମାଧ୍ୟମରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସମସ୍ୟାର ସମାଧାନ କରିଆସୁଛନ୍ତି | ୪ ବର୍ଷ ଭିତରେ ଆଜିଯାଏ ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରାୟ ୯୭୫୮ ଊର୍ଦ୍ଧ୍ବ ସମସ୍ୟା ଟ୍ୱିଟ୍ କରିଥିବା ବେଳେ ପାଖାପାଖି ୨-୩ ହଜାରରୁ ଅଧିକ ସମସ୍ୟାର ସମାଧାନ କରିଥିବା ଜଣାପଡ଼ିଛି।ଭୋଗରାଇ ବ୍ଲକ୍ ସୁନାଧରବସାଣ ଗ୍ରାମ ପଞ୍ଚାୟତ ସୁନାଧରବସାଣ ଗ୍ରାମର ରମେଶ ଦଳାଇ ଓ ପାର୍ବତୀ ଦଳାଇଙ୍କ ପୁଅ ହେଉଛନ୍ତି ମୁକେଶ ଦଳାଇ।ଯୁକ୍ତତିନିରେ ପାଠ ପଢ଼ିବା ସହିତ ଲୋକଙ୍କ ସମସ୍ୟା ବାବଦରେ ପ୍ରତିଦିନ କିଛି ନା କିଛି ଏକ୍ସରେ ପୋଷ୍ଟ କରି ସମସ୍ୟାଗୁଡ଼ିକ ସମାଧାନ କରିଥାନ୍ତି।ଆଜିର ଯୁବପିଢି ଅଧିକାଂଶ ସମୟରେ ନିଜର ମନୋରଞ୍ଜନ ନିମନ୍ତେ ସୋସିଆଲ ମିଡିଆକୁ ଅପବ୍ୟବହାର କରୁଥିବା ବେଳେ ଯୁବ ସମାଜସେବୀ ମୁକେଶ ଦଳାଇ ଏହାକୁ ସମାଜ ସେବା ପାଇଁ ଉପଯୋଗ କରୁଛନ୍ତି। ମୁକେଶ କିନ୍ତୁ ଏହାକୁ ସମାଜର ସେବା ପାଇଁ ବ୍ୟବହାର କରୁଛନ୍ତି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଉପସ୍ଥିତ 'ସକାଳ ' ଖବର କାଗଜର ଆସୋସିଏଟ ଏଡ଼ିଟର ସମରେନ୍ଦୁ ଦାସ,ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ ତନୁପ୍ରଭା ବେଉରା ଉପସ୍ଥିତ ଥିବାବେଳେ ପୁରୀ ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ମୁକେଶ ଙ୍କୁ ମାନପତ୍ର ସହିତ ଉପଢୌକନ ଦେଇ ସମ୍ମାନ ସମ୍ମାନୀତ କରିଥିଲେ। ସବୁଠାରୁ ବଡ଼ କଥା ହେଲା ମୁକେଶଙ୍କର ଏହି ସଫଳତା ପାଇଁ ଭୋଗରାଇ ର ବିଧାୟକ ଗୌତମ ବୁଦ୍ଧ ଦାସ ଏକ୍ସ ରେ ଟୁଇଟ୍ କରି ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଅନେକ ଜନସାଧାରଣ ମୁକେଶଙ୍କ ଏହିପରି କାର୍ଯ୍ୟ କରୁଥିବାର ଦେଖି ବିଭିନ୍ନ ମହଲରୁ ପ୍ରଶଂସା କରିବା ସହିତ ଶୁଭେଚ୍ଛାର ଜଣାଉଛନ୍ତି।