Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କୋଲର ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଆରମ୍ଭରୁ କେଁ ଦେଖା ଦେଲାଣି 2

ତିର୍ତ୍ତୋଲ, 03/06/2025, ବିକ୍ରମ ଓଡ଼ିଶା ନିୟୁଜ: କୋଲର ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣ ଆରମ୍ଭରୁ କେଁ ଦେଖା ଦେଲାଣି
Article Image
ତିର୍ତୋଲ, 3/6 ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ମଣିଜଙ୍ଗା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା କୋଲର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରଟି ବିପଦ ପୁର୍ଣ ଗୃହରେ ଚାଲୁ ଥିବାରୁ ସରକାର ଏଥିପାଇଁ ନୂତନ ଗୃହ ନିର୍ମାଣ ଲାଗି ଟେଣ୍ଡର କରିଥିଲେ ଯାହାର ମୂଲ୍ୟ ୩ କୋଟି ୫୦ ହଜ଼ାର ଟଙ୍କା, ଜଗତସିଂହପୁରଗୃହକୋଠାବାଡି ବିଭାଗ ଏହାକୁ ଜନୈକ ଅଣ ଓଡିଶା ଠିକାଦାର କୁ
Article Image
ପ୍ରଦାନ କରି ମଣିଜଙ୍ଗା ଅର ଆଣ୍ଡ ବି ଉପଖଣ୍ଡ ନିର୍ବାହି ଯନ୍ତ୍ରୀ ଙ୍କୁ ତଦାରଖଦାଇତ୍ୱ ଦେଇଛି, ମାତ୍ର ମଣିଜଙ୍ଗା ପୂର୍ତ୍ତ ଉପଖଣ୍ଡ ରେ ସବୁ କାମ ଚଳା
Article Image
ସହକାରୀ ଯନ୍ତ୍ରୀ ଦାଇତ୍ୱରେ ଥିବାରୁନିର୍ମାଣ କାର୍ଯ୍ୟ ସ୍ଥଳୀ କୁ ଆସୁନଥିବାଅଭିଯୋଗ ହେଉଛି, ଏପଟେ ଟେଣ୍ଡର ପାଇଥିବା ଠିକାଦାର ବି ଦୂରରେ ରହୁ ଥିବାରୁ ଓ ଜଗତସିଂହପୁର ଜିଲ୍ଲାପାଳ ଙ୍କ ସମ୍ପର୍କୀୟ ବୋଲି ପରିଚୟ ଦେଉଥିବାରୁ ପୂର୍ତ୍ତ ବିଭାଗ ଯନ୍ତ୍ରୀ ଓଅଧିକାରୀ ଡରି ପାଟି ଫିଟାଉ ନଥିବା ସୂଚନା ମିଳୁଛି ଫଳରେ ନିର୍ମାଣ ଆରମ୍ବରୁ କାମକୁ କେଁ କରିଥୋଇଲାଣି ଠିକାଦାର, ନିନ୍ମ ମାନର ସିମେଣ୍ଟ, ସରୁ ପୋତା ବାଲି ଓ ଗୁଣ୍ଡ ଗୋଡ଼ିରେ ୫/୫/୧ ଭାଗରେ କଂକ୍ରିଟି ମିଶ୍ରଣ କରି ପିଲାର ଫୁ ଟେଜ ଆରମ୍ଭ କରିଛି, ଏ ସମ୍ପର୍କରେନିର୍ମାଣ ସ୍ଥଳୀରେ ଥିବା ସୁପର ଭାଇଜର କହୁଛି ସବୁ ଠିକି ଠାକ ଅଛି, ମାତ୍ର ସ୍ଥାନୀୟ ଲୋକେ ଏହାଦେଖି ସରକାରୀ ଟଙ୍କା ସ୍ୱାହାହେଉଛି ବୋଲି ଅଭିଯୋଗ ଆଣିଛନ୍ତି, ଜିଲ୍ଲା ପାଳ ଙ୍କ ସମ୍ପର୍କୀୟ କହି ଠିକାଦାର ଅରରମ୍ଭ ରୁ କାମରେ କେଁ ପୁରାଇଲାଣି ତେବେ ଜଗତସିଂହପୁର ଜିଲ୍ଲାପାଳ ଏହାର ତଦନ୍ତ କରି ସ୍ୱାସ୍ଥ୍ୟ କେନ୍ଦ୍ର ବିଲିଡିଙ୍ଗି କିପରି ଠିକି ମାନର ହେବ ପୂର୍ତ୍ତ ବିଭାଗ କୁ ନିର୍ଦେଶ ଦେବା ଉଚିତି,ତିର୍ତୋଲ ରୁ ଶ୍ରୀବତ୍ସ ପାଢ଼ୀ, (ବିକ୍ରମ ଓଡିଶା )