Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 03/06/2025, ବିକ୍ରମ ଓଡ଼ିଶା ନିୟୁଜ: ଲୁଟେରା ଙ୍କ ଟାର୍ଗେଟ ରେ ମଠ ମନ୍ଦିର

ପୋଲିସ ଦ୍ୱାରା ଜଣେ ଅଟକକାକଟପୁର 3/6 ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଅଧୀନରେ ଥିବା ପ୍ରଭୁ ମାଧବନାନନ୍ଦ ଙ୍କ ରୁପାର ଆଖି ଓ ପ୍ରାୟ ତିରିଶ ହଜାର ଟଙ୍କାର ରୁପା ହାର ଚୋରୀ କରି ନେଇଯାଇଛନ୍ତି ଦୁର୍ବୁତ୍ତ, ଦିନକୁ ଦିନ ଦୁର୍ବୁତ୍ତ ଙ୍କ ଟାର୍ଗେଟ ରେ ମଠ ଓ ମନ୍ଦିର ପ୍ରାୟ ଦୁଇ ତିନି ମାସ ହେଲାଣି ଦୁର୍ବୁତ୍ତ ମାନେ ବିଭିନ୍ନ ଜାଗାରେ ଏକୁଟିଆ ମଠ ଓ ମନ୍ଦିରକୁ ଟାର୍ଗେଟ କରୁଛନ୍ତି, ବଲରା, ପତିସାହି, ନୀଳକଣ୍ଠ ପୁର ଆଖ ପାଖ ଅଞ୍ଚଳ ର ଗ୍ରାମ ବାସୀ ଙ୍କ ପ୍ରଚେଷ୍ଟା ଫଳରେ ପ୍ରଭୁ ମାଧବାନନ୍ଦ ଙ୍କ ମନ୍ଦିର ନୂତ୍ତନ ଭାବେ କରାଯିବା ସହିତ ପ୍ରଭୁଙ୍କର ରୁପାରେ ବେକର ହାର, ରୁପା ଚକ୍ଷୁ ତିଆରି କରି ଠାକୁରଙ୍କୁ ଲାଗି ହୋଇଥିଲା କିନ୍ତୁ ଏହି ସବୁ ଜିନିଷ କୁ ଦୁର୍ବୁତ୍ତ ଲୁଟି ନେଇଥିବା ଜଣା ପଡିଛି, ସକାଳୁ ମନ୍ଦିର ପୂଜକ ପୂଜା କରିବା ପାଇଁ ଗଲାବେଳେ ପ୍ରଭୁଙ୍କ ମୁଖ୍ୟ ଦ୍ୱାର ର ତାଲା ଭାଙ୍ଗିବା ଦେଖି ଗ୍ରାମ ବାସୀଙ୍କୁ ଖବର ଦେଇଥିଲେ ଓ ପରେ କାକଟପୁର ପୋଲିସ କୁ ଜଣାଇ ଦିଆ ଯାଇଥିଲା କାକଟପୁର ପୋଲିସ ପକ୍ଷ୍ୟରୁ ତନା ଘନା ଆରମ୍ଭ କରାଯିବା ସହିତ କାକଟପୁର ପୋଲିସ ଓ ସାଇଣ୍ଟିଫିକ ଟିମ ପୁରା ଏହି ଘଟଣାକୁ ଗୁରୁତ୍ତର ସହିତ ନେବା ଓ ବିଭିନ୍ନ ସ୍ଥାନ ରେ ଚଢ଼ାଉ ଜାରି ରଖୁବା ସହିତ ରାତ୍ର ପାଟ୍ରୋଲିଙ୍ଗ କୁ ଆହୁରି କଡା କଡ଼ି କରିଛି ଏ ଘଟଣାରେ ପୋଲିସ ଜଣକୁ ଅଟକ ରଖି ପଚରା ଉଚରା କରୁଥିବା ବେଳେ ଖୁବ ଜଲଲ୍ଦି ଅନ୍ୟ ମାନଙ୍କୁ ଧରାଯିବ ବୋଲି ଏସଆଇ ଗୌରୀ ଶଙ୍କର ସେଠୀ ପ୍ରକାଶ କରିଛନ୍ତି,