Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଦୀର୍ଘ ବର୍ଷ ହେଲାଣି ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ୨୫ ପରିବାର 2

କାକଟପୁର, 03/06/2025, ବିକ୍ରମ ଓଡ଼ିଶା ନିୟୁଜ: ଦୀର୍ଘ ବର୍ଷ ହେଲାଣି ପାଣି ମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ୨୫ ପରିବାର
Article Image
କାକଟପୁର ୩/୬ ଅସ୍ତରଙ୍ଗ ବ୍ଲକ ପାଟଳଦା ପଞ୍ଚାୟତ ର ଆଦିକନ୍ଦ ପୁର ଗ୍ରାମ ଯେଉଁଠି ବାସକରୁଛନ୍ତି ୨୫ ବ୍ରାହ୍ମଣ ପରିବାର। ଦୀର୍ଘ ଦିନ ଧରି ଗ୍ରାମ ପାଣି ସମସ୍ୟା ଲାଗି ରହିଥିବା ବେଳେ ପ୍ରଶାସନ ଦ୍ୱାରା କିଛି ସ୍ଥାୟୀ ସମାଧାନ କରାନଯିବାରୁ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଗ୍ରାମବାସୀ। ଗ୍ରାମ ରେ ଅନେକ ନଳକୂପ ଅଛି କିନ୍ତୁ ସେ ସବୁରୁ ଆଇରନ ମିଶା ଲୁଣି ପାଣି ବାହାରୁ ଥିବାରୁ ପାଇପ ସପ୍ଲାଇ ଏବଂ ଗ୍ରାମ ରେ ଥିବା ଏକ ମାତ୍ର ପୋଖରୀ ଉପରେ ସମସ୍ତେ ନିର୍ଭର କରିଥାନ୍ତି କିନ୍ତୁ ବିଡମ୍ବନା ର ବିଷୟ କି ଗ୍ରାମ କୁ ପିଇବା ପାଣି ରେଗୁଲାର ଯାଉନଥିବା ବେଳେ ପୋଖରୀ ଟି ସମ୍ପୂର୍ଣ ଅଳିଆ ଏବଂ ଘାସ ଲଟାରେ ପରିପୂର୍ଣ୍ଣ ହୋଇ ଅଦରକାରୀ ହୋଇପଡ଼ିଥିବାରୁ ଗାଧେଇବା ଶୌଚ ହେବା ପାଇଁ ପାଣି ଟୋପେ ନ ପାଇ ହନ୍ତସନ୍ତ ହେଉଛନ୍ତି। ପୋଖରୀ ଟି ପ୍ରତି ତିନି ବର୍ଷ ରେ ପଂଚାୟତ ତରଫରୁ ନିଲାମ ଡକାଯାଉଥିଲେ ମଧ୍ୟ ପଂଚାୟତ ରକ୍ଷଣା ବେକ୍ଷଣ ପାଇଁ କିଛି ପଦକ୍ଷେପ ନେଉନାହିଁ ଯାହା ଫଳରେ ଗ୍ରାମବାସୀ ଙ୍କ ମନରେ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଚି। ତେଣୁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ତୁରନ୍ତ ଏହି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରି ପିଇବା ପାଣି ନିୟମିତ କରିବା ସହିତ ପୋଖରୀ ଟିକୁ ସଫା କରି ଖନନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।