Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଜଳ ଭଣ୍ଡାର ନିର୍ମାଣ ଦାବୀ. ସାମ୍ବାଦିକ ମେଳି ଅନୁଷ୍ଠିତ | 8

ଜଗତସିଂହପୁର , 03/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜଳ ଭଣ୍ଡାର ନିର୍ମାଣ ଦାବୀ. ସାମ୍ବାଦିକ ମେଳି ଅନୁଷ୍ଠିତ |ବିଧାୟକ ଛବି ମଲ୍ଲିକ ଓ ଅମରେନ୍ଦ୍ର ଙ୍କ ସହଯୋଗ ରେ ମୁଖ୍ୟମନ୍ତ୍ରୀ ଙ୍କୁ ଭଟିବା ପାଇଁ କମିଟି ଗଠନ |
Article Image
~~~~~~~~~~~~~ଜଗତସିଂହପୁର 3/6/2025ଦେବୀ ନଦୀରେ ଦେବୀଦୋଳ ଓ କନ୍ଦଳ ନଦୀରେ ବିଳାଶୁଣି (ବାଲିକୁଦ )ଠାରେ ଜଳଭଣ୍ଡାର ଓ ଚେକ ଡ୍ୟାମ ନିର୍ମାଣ କରିବା ପାଇଁ ଜୁନ ଏକ ତାରିଖରେ ଏକ ବିରଳ ଦାବୀ. ସମାବେଶ ବରିଷ୍ଠ ସାମ୍ୱାଦିକ ଗଗନ ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା |ଉକ୍ତ ସମାବେଶ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ. ବିଧାୟକ ଛବି ମଲ୍ଲିକ ଓ ଅମରେନ୍ଦ୍ର ଦାସ ଙ୍କ ନିକଟକୁ ତିନୋଟି ପୃଥକ ଦରଖାସ୍ତରେ ଉପସ୍ଥିତ ବ୍ୟକ୍ତି ମାନେ ସ୍ଵାକ୍ଷର କରିଥିଲେ |ସାମ୍ବାଦିକ ବିନୟ ମିଶ୍ର ଇ ମଲେ ଯୋଗେ ସଭା ସ୍ଥଳ ରୁ ମୁଖ୍ୟମନ୍ତ୍ରୀ ନିକଟକୁ ଲେଖାଯାଇଥିବା ଦରଖାସ୍ତକୁ ପଠାଇଥିଲେ |ଛବି ମଲ୍ଲିକଙ୍କ ନିକଟକୁ ଅଶୋକ ରାୟ ଓ ତ୍ରିଲୋଚନ ବେହେରା ଙ୍କ ମାଧ୍ୟ୍ୟମ ରେ ମୁଖ୍ୟମନ୍ତ୍ରୀ ଙ୍କୁ ସୁପାରିଶ କରିବା ପାଇଁ ପଠାଗଲା |ବିଧାୟକ ଅମରେନ୍ଦ୍ର ଦାସ ଙ୍କ ସୁପାରିଶ ଆଣିବା ପାଇଁ ସାମ୍ବାଦିକ ତପନ କୁମାର ରାଉତରାୟ ଓ ଜ୍ୟୋତି ରଞ୍ଜନ ପରିଡା ଙ୍କୁ ଦାଇତ୍ୱ ଦିଆଗଲା |ଦୁଇ ବିଧାୟକ ଙ୍କ ସୁପାରିଶ ମିଳିବା ପରେ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ପାଇଁ ନିଷ୍ପତ୍ତି କରାଗଲା |ଏଥିପାଇଁ ଅବସର ପ୍ରାପ୍ତ ଆଇ ଏ ସ
Article Image
କୃଷ୍ଣଚନ୍ଦ୍ର ବଡୁ ଙ୍କ ସଭାପତିତ୍ୱ ରେ ଏକ କମିଟି ଗଠନ କରାଗଲା |ସ୍ଥାନୀୟ ଅଞ୍ଚଳ ର ଦୁଇଜଣ ଅବସର ପ୍ରାପ୍ତ ମୁଖ୍ୟଯନ୍ତ୍ରୀ (ଜଳସେଚନ )ଙ୍କ ସମେତ 25ଜଣଙ୍କୁ ମନୋନୀତ କରାଗଲା |ଉକ୍ତ ଅଭିଯାନ କୌଣସି ପ୍ରକାର ଧର୍ମଘାଟ. ଧାରଣା. ଓ ବିରୋଧ ରେସାମିଲ ହେବନାହିଁ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି କଲା |ଉକ୍ତ ମେଳିରେ କଟକ. ଜଗତସିଂହପୁର. ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ରୁ ଦୁଇ ଶହ ସାମ୍ବାଦିକ ଓ ସମାଜ ସେବୀମାନେ ଯୋଗ ଦେଇଥିଲେ |ଏଭଳି କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଂଚଳରେ ଉଚ୍ଚ ପ୍ରଶଂସା କରାଯାଇଛି |ଜଗତସିଂହପୁର ରୁ ସରୋଜ ନାୟକ ଙ୍କ ଠାରୁ