Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 04/06/2025, ବିକ୍ରମ ଓଡ଼ିଶା ନିୟୁଜ: ତିର୍ତ୍ତୋଲ ବିଜେପି କାର୍ଯ୍ୟକର୍ତ୍ତା ସମ୍ମୀଳନୀରେ, ଜିଲ୍ଲା ସଭାପତିଙ୍କୁ ବିରୋଧ ।ତିର୍ତ୍ତୋଲ ତା ୪/୦୬ ତିର୍ତ୍ତୋଲ ବିଣାପାଣି ମଣ୍ଡପ ଠାରେ ତା ୦୧/୦୬ ରିଖରେ ଅନୁଷ୍ଠିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟ କର୍ତ୍ତା ସମ୍ମୀଳନୀ ସାଂସଦ ବିଭୁପ୍ରସାଦ ତରେଇ ଙ୍କ ତତ୍ତ୍ଵାବଧାନର ଅନୁଷ୍ଠିତ ହୋଇଯାଇଅଛି । ନିର୍ବାଚନର ଏକ ବର୍ଷ ପରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ପ୍ରତାପ ମିଶ୍ରଙ୍କ ଏବଂ ତିର୍ତ୍ତୋଲ ବ୍ଳକର ଚାରିଟି ଜୋନ ସଭାପତି ସମେତ କେତେଜଣ ହାତଗଣତି କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ। ଜିଲ୍ଲା ସଭାପତି ପ୍ରତାପ ମିଶ୍ରଙ୍କ ଭାଷଣ ଆରମ୍ଭ ହେଉ ହେଉ କିଛି କାର୍ଯ୍ୟକର୍ତ୍ତା ବିରୋଧ କରିଥିଲେ । ବିବରଣୀ ରୁ ପ୍ରକାଶ ଯେ ତିର୍ତ୍ତୋଲ ବ୍ଳକରେ ବିଜୁ ଜନତା ଦଳର ଜଣେ ଛାମୁଆ କର୍ମୀଙ୍କୁ ସାଂସଦ ତାଙ୍କର ଅତ୍ୟନ୍ତ ବିସ୍ଵସ୍ଥ ପରାମର୍ଶଦାତା ଭାବେ ପାଖରେ ରଖି କାର୍ଯ୍ୟ କରୁଛନ୍ତି । ଯାହାର ପ୍ରରୋଚନାରେ ନାମକୁ ମାତ୍ର ସାଂସଦ ପ୍ରତିନିଧି ଭାବେ ସୁନନ୍ଦ ବିଶ୍ଵାଳଙ୍କୁ ଚୟନ କରିଛନ୍ତି ।ଯିଏକି ପ୍ରତିନିଧି ନିଯୁକ୍ତ ହେବାର ଗୋଟିଏ ଦିନ ପରେ ନୂଆ ପୋଖରୀ ବଜାର ଠାରେ ନିଶାଶକ୍ତ ଅବସ୍ଥା ରେ ବଟି ମାଗିବା ଚର୍ଚ୍ଚାର ବିଷୟ ହୋଇଛି ।

କିନ୍ତୁ ବାସ୍ତବରେ ବିଜେପି ରେ ବିଧିବଦ୍ଧ ଭାବେ ମିଶିନଥିବା ବିଜେଡିର ଛାମୁଆ କର୍ମୀ ଜଣଙ୍କ ସାଂସଦ ପ୍ରତିନିଧି ଭାବେ ପରୋକ୍ଷରେ କାର୍ଯ୍ୟ କରିବାର ଆଭାସ ମିଳୁଛି । ଏଥି ସହିତି ତିର୍ତ୍ତୋଲ ବ୍ଳକର ଚାରିଟି ଜୋନରେ ଦଳୀୟ ନିୟମ କୁ ଉଲଙ୍ଘନ କରାଯାଇ ମଣ୍ଡଳ ସଭାପତି ଚୟନ କରାଯାଇଅଛି । ଏହି ମଣ୍ଡଳ ସଭାପତି ମାନେ ମଣ୍ଡଳର କାର୍ଯ୍ୟକର୍ତ୍ତା ଙ୍କ ଅଗୋଚ଼ରରେ ଭୋଟର ତାଲିକାରୁ ନାମ ସଂଗ୍ରହ କରି ମନଇଛା କମିଟି ଗଠନ ଫଳରେ ସଂଗଠନ ଦୁର୍ବଳ ହେବାର ସମ୍ଭାବନା ଦେଖା ଯାଉଛି। ଜିଲ୍ଲା ସଭାପତି କାର୍ଯ୍ୟକରିବାର ୧୦୦ ଦିନର ସଂଗଠନ ସଫଳତାର କାଳ୍ପନିକ କାହାଣୀ ରାଜ୍ୟ ସଭାପତି ଏବଂ ମୁଖ୍ୟମନ୍ତ୍ରୀ ପ୍ରଦାନ କରିବା ହାସ୍ୟସୂଦ ପାଲଟି ଅଛି ।ଏ ସମ୍ବନ୍ଧରେ କାର୍ଯ୍ୟକର୍ତ୍ତା ଜିଲ୍ଲା ସଭାପତି ଙ୍କୁ ଅଭିଯୋଗ କଲେ, ଆଶ୍ୱାସନା ନଦେଇ କଠୋର ଭାଷାରେ ରୁକ୍ଷ ବ୍ୟବହାର ବ୍ୟବହାର କରୁଛନ୍ତି । ଯଦ୍ବାରା ଦଳରେ ବିଦ୍ରୋହର ସ୍ୱର ବ୍ୟାପକ ହେବାର ଅନୁଭୁତ ହୁଏ । କେତେକକାର୍ଯ୍ୟକର୍ତ୍ତା ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ୱ ର ଦ୍ୱାରସ୍ଥ ହେବାର ଯୋଜନା କରୁଥିବା ଜଣାଯାଏ ।