ଯାଜପୁର, 04/06/2025, ବିକ୍ରମ ଓଡ଼ିଶା ନିୟୁଜ: ଯାଜପୁର ଜିଲ୍ଲା ଟପ୍ପର ହେଲେ ଆରୋପ୍ରୀୟା ମହାନ୍ତି ଯାଜପୁର: ଚଳିତବର୍ଷ ଉଚ୍ଚ ମାଧ୍ୟମିକ ପରିଷଦ ଯୁକ୍ତ ଦୁଇ କଳା ପରୀକ୍ଷାରେ ଯାଜପୁର ଜିଲ୍ଲା ଯାଜପୁର ବ୍ଲକ ର ପଣସା ଗ୍ରାମପଞ୍ଚାୟତ ପାଟପୁର(ରଘୁନାଥପୁର) ଗ୍ରାମର ଅତିଶ କୁମାର ମହାନ୍ତି ଓ ତୀକ୍ତିମା ମହାନ୍ତି ଙ୍କ ସୁକନ୍ୟା ଆରୋପ୍ରିୟା ମହାନ୍ତି +୨ ପରୀକ୍ଷାରେ ୫୯୩ ନମ୍ବର ରଖି ରାଜ୍ୟରେ ଦ୍ବିତୀୟ ତଥା ଯାଜପୁର ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଛନ୍ତି l ସେ ନରସିଂହ ଚୌଧୁରୀ ମହାବିଦ୍ୟାଳୟ ର ଛାତ୍ରୀ l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ତାର ଉଜ୍ୱଳ ଭବିଷ୍ୟତର କାମନା କରୁଛୁ