Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବାଣିଜ୍ୟ ଓ ପରିବହନ ବିଭାଗ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ 1

ପାରାଦ୍ଵୀପ, 04/06/2025, ବିକ୍ରମ ଓଡ଼ିଶା ନିୟୁଜ: ବାଣିଜ୍ୟ ଓ ପରିବହନ ବିଭାଗ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣପାରାଦ୍ଵୀପ, ତା ୩/୦୬/୨୫:ଆଜି ଲୋକସଭା ଭବନ କନଭେନସନ ହଲରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଙ୍କ ଦ୍ଵାରା ବାଣିଜ୍ୟ ଓ ପରିବହନ ବିଭାଗ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଭାସି ଜରିଆରେ ଏକ ବୈଠକ ପାରାଦୀପ ସ୍ଥିତ ଓଡ଼ିଶା ମାରିଟାଇମ୍ ଏକାଡେମୀ ରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ସଡ଼କ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏହାର ପ୍ରତିକାର ପାଇଁ ସର୍ବଦା ଗାଡ଼ି ନେଇ ଗଲାବେଳେ ହେଲମେଟ ପିନ୍ଧିବା, ନିଶାସକ୍ତ ହୋଇ ଗାଡ଼ି ନ ଚଳାଇବା,ଗାଡ଼ି ଚଳାଇବା ବେଳେ ମୋବାଇଲ୍ ଫୋନ ବ୍ୟବହାର ନ କରିବା , ଚାରି ଚକିଆ ଯାନ ଚଳାଇବା ବେଳେ ସିଟ ବେଲ୍ଟ ବାନ୍ଧିବା ଇତ୍ୟାଦି ଦିଗ ଉପରେ ଆଲୋଚନା କରିଥିଲେ ଏବଂ ଦୁର୍ଘଟଣା କୁ ଶୂନ୍ୟ କରିବା ପାଇଁ ମାସ୍କଟ "ସୁରକ୍ଷା" ର ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଜିଲ୍ଲାର ପାରାଦୀପ ସ୍ଥିତ 'ଓଡ଼ିଶା ମାରିଟାଇମ୍ ଏକାଡେମୀ' ରେ ସିମୁଲେଟର ଦ୍ବାରା ପ୍ରଶିକ୍ଷଣ ବ୍ୟବସ୍ଥା ଏବଂ ପାରାଦ୍ଵୀପ - କଟକ, ପାରାଦ୍ବୀପ - ଦୈତାରୀ ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ, ଜଗତି ଭୂତୁମୁଣ୍ଡାଈ ଠାରେ ସ୍ୱୟଂକ୍ରିୟ ପରୀକ୍ଷଣ ବ୍ୟବସ୍ଥା, ୪୮୫ କି.ମି ଦୈର୍ଘ୍ୟ ର ଦିଶା-୨ ପ୍ରକଳ୍ପ ( କଟକ - ପାରାଦୀପ ଏନ.ଏଚ ୫୫ [୮୩ କି.ମି] ର ଶୁଭ ଉଦଘାଟନ କରିଥିଲେ।ଏହି ଆଭାସି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ, ଅତିରିକ୍ତ ଜିଲ୍ଲାପାଳ, ପାରାଦୀପ ଶ୍ରୀ ନିରଞ୍ଜନ ବେହେରା, ଅଧକ୍ଷ,ପାରାଦୀପ ପୌର ପରିଷଦ ଶ୍ରୀ ବସନ୍ତ ବିଶ୍ବାଳ, ନିର୍ବାହୀ ଅଧିକାରୀ, ପାରାଦୀପ ଶ୍ରୀ ଅଭିଷେକ ପଣ୍ଡା,ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି , ଡିସି,ପାରାଦୀପ ବନ୍ଦର ପ୍ରାଧିକରଣ ଶ୍ରୀ ଅଲେଖ ଚନ୍ଦ୍ର ସାହୁ,ଅଧକ୍ଷ, ମାରିଟାଇମ ଏକାଡେମୀ ପାରାଦୀପ ଶ୍ରୀ ମାନସ ରଞ୍ଜନ ବେହେରା ,ଶ୍ରୀ ଲକ୍ଷ୍ମୀକାନ୍ତ ବେହେରା, କାଉନସିଲର (୯ ନଂ) ଶ୍ରୀ ସୁବ୍ରତ ପ୍ରଧାନ, ମାନ୍ୟବର ଶିଳ୍ପମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଙ୍କ ପ୍ରତିନିଧି ଶ୍ରୀ ସର୍ବେଶ୍ଵର ବଳିୟାରସିଂହ, ଛାତ୍ର ଛାତ୍ରୀ ଏବଂ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
Article Image