କାକଟପୁର, 04/06/2025, ବିକ୍ରମ ଓଡ଼ିଶା ନିୟୁଜ: ବରିଷ୍ଠ ଶିକ୍ଷକଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା
କାକଟପୁର ୪/୬: ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ଫୁରୁସିପଡ଼ା ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ରକ୍ଷକ କୁମାର ସ୍ଵାଇଁଙ୍କର ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଅମୀୟ ନାୟକଙ୍କ ସଭାପତିତ୍ଵରେ ଆଜି( ବୁଧବାର)ଅନୁଷ୍ଠିତ ହୋଇଯାଉଛି। ଏହି ସଭାରେ କାକଟପୁର ମଣ୍ଡଳ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ନନ୍ଦ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଦାୟୀ ଶିକ୍ଷକଙ୍କ ଶିକ୍ଷା , ସାଂଗଠନିକ ଦକ୍ଷତା ଓ କର୍ମକୁଶଳତାକୁ ପ୍ରସଂଶା କରିବା ସହ ପିଲାମାନଙ୍କୁ କର୍ମଯୋଗୀ ହେବାପାଇଁ ପରାମର୍ଶ ଦେଇଥିଲେ।ବିଦାୟି ଶିକ୍ଷକ ୨୦୦୫ ରୁ ୨୦୨୫ ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ଧରି ଏପିଏସ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ପଦ ଅଳଙ୍କୃତ କରି ଶିକ୍ଷକ ମହଲରେ ସୁସଂଗଠକ ଭାବେ ଖ୍ୟାତି ଅର୍ଜନ କରିଥିଲେ।

ଏହି ସଭାରେ ମୁଖ୍ୟବକ୍ତା ଭାବେ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ଼ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଶିକ୍ଷା ପ୍ରଶାସକ କୈଳାଶ ଚନ୍ଦ୍ର ଦାଶ, ବିଶିଷ୍ଟ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ମନ୍ଦର ଧର ମହାନ୍ତି ଓ ସମ୍ମାନୀତ ଅତିଥି ଭାବେ ଏବିଇଓ ବ୍ରହ୍ମାନନ କାଣ୍ଡି, ମଲ୍ଲିକ ଜାକିର ହୁସେନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିରଞ୍ଚି ନାରାୟଣ ମହାନ୍ତି,ଏନପିସ ଶିକ୍ଷକ ସଂଗଠନ ସଭାପତି ବିଷ୍ଣୁ ଚରଣ ମହାନ୍ତି,ସମାଜସେବୀ ପ୍ରଫୁଲ୍ଲ କୁମାର ବିଶ୍ଵାଳ, ଅଧ୍ୟାପକ ଶିବ ପ୍ରସାଦ ବିଶ୍ୱାଳ, ପ୍ରାଥମିକ ଶିକ୍ଷକ ସଂଗଠନ ସମ୍ପାଦକ ମୁନିର ଅହମ୍ମଦ ଖାଁ, ଉପ ସଭାନେତ୍ରୀ ଦୀପ୍ତି କୁମାରୀ ମହାନ୍ତି, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଗଠନ ସମ୍ପାଦକ ସଦାଶିବ ସାହୁ, ଫୁରୁସିପଡ଼ା ଉ.ପ୍ରା. ବିଦ୍ୟାଳୟ ପ୍ରଧାନଶିକ୍ଷକ ବାଳକୃଷ୍ଣ ସେନାପତି, ଏନପିଏସ୍ ସଂଗଠନର ସମ୍ପାଦକ ବିଶ୍ଵଜିତ ସ୍ୱାଇଁ, କାର୍ଯ୍ୟକାରୀ ସଭାପତି ହୃଦାନନ୍ଦ ଶାସମଲ, ଏକ୍ସ କ୍ୟାଡର ଶିକ୍ଷକ ସଂଘ ସଭାପତି ତ୍ରିଲୋଚନ ବିଶ୍ଵାଳ ଓ ସିଆରସିସି ସଂଗଠନ କୋଷାଧ୍ୟକ୍ଷ ସନ୍ତୋଷ କୁମାର ସାହୁ ଯୋଗଦେଇ ଥିଲେ । ଉକ୍ତ ସଭାରେ ଫୁରୁସିପଦା ଗ୍ରାମବାସୀ, ମହିଳା ଗୋଷ୍ଠୀ ଓ ମୁରବି ମାନଙ୍କ ସହ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପୁରାତନ ଛାତ୍ରଛାତ୍ରୀମାନେ ବିଦାୟି ଶିକ୍ଷକଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ଓ ବିଦାୟୀ ସଂଗୀତ ପରିବେଷଣ କରିବା ସହ ଶିକ୍ଷକଙ୍କ ସ୍ମୃତି ଚାଳନା କରିଥିଲେ। ଶେଷରେ ଶିକ୍ଷକଙ୍କୁ ଏକ ବିରାଟ ପଟୁଆରରେ ତାଙ୍କ ଗ୍ରାମ ପାଟପୁର ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ।