Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ, 29/04/2025, ବିକ୍ରମ ଓଡ଼ିଶା ନିୟୁଜ: ଆସନ୍ତା ମେ ୨ରୁ ଆରମ୍ଭ ହେବ OJEE ପରୀକ୍ଷା

ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ) ଓଜେଇଇ ପରୀକ୍ଷା ପାଇଁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୨ରୁ ଏହା ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। ତିନିଟି ସିଫ୍ଟରେ ଏହି ପରୀକ୍ଷା ହେବ। ସାଢ଼େ ୮ଟାରୁ ସାଢ଼େ ୧୦ଟା, ସାଢ଼େ ୧୨ଟାରୁ ସାଢ଼େ ୨ଟା, ଏବଂ ସାଢ଼େ ୪ଟାରୁ ସାଢ଼େ ୬ଟା ଯାଏ ଏହି ପରୀକ୍ଷା ଚାଲିବ। ୨ ତାରିଖରେ ତିନିଟି ସିଫ୍ଟରେ ବି.ଫାର୍ମା ପରୀକ୍ଷା ହେବ।ସେହିପରି ୫ ତାରିଖରେ ପ୍ରଥମ ସିଫ୍ଟରେ ଏଲ୍ ଟେକ୍ (ଡିପ୍ଲୋମା), ଦ୍ୱିତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍ ଏମ୍ବିଏ (ଏକ ଘଣ୍ଟା ପରୀକ୍ଷା), ତୃତୀୟ ସିଫ୍ଟରେ ବି କ୍ୟାଟ୍ (ସିନେମାଟୋଗ୍ରାଫି/ସାଉଣ୍ଡ ରେକର୍ଡିଂ ଆଣ୍ଡ ଡିଜାଇନ୍), ଏଲ୍ଟେକ୍ ବିଏସ୍ସି, ୬ ତାରିଖରେ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମ୍ସିଏ ପରୀକ୍ଷା, ତୃତୀୟ ସିଫ୍ଟରେ ବି କ୍ୟାଟ୍ (ଫିଲ୍ମ ଏଡିଟିଂ), ଏମ୍ ଆର୍କ, ଏମ୍ ପ୍ଲାନ୍ ଓ ଏମ୍ଟେକ୍ ପରୀକ୍ଷା ରହିଛି ।୧୦ ତାରିଖରେ ତିନୋଟି ଯାକ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂ ପରୀକ୍ଷା ଥିବାବେଳେ ୧୧ ତାରିଖ ପ୍ରଥମ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂ/ପୋଷ୍ଟ ବେସିକ୍ ଡିପ୍ଲୋମା ନର୍ସିଂ, ଦ୍ୱିତୀୟ ସିଫ୍ଟରେ ବେସିକ୍ ବିଏସ୍ସି ନର୍ସିଂ/ଏମ୍ଏସ୍ସି ନର୍ସିଂ, ତୃତୀୟ ସିଫ୍ଟରେ ପୋଷ୍ଟ ବେସିକ୍ ବିଏସ୍ସି ନର୍ସିଂ ପରୀକ୍ଷା ରହିଛି। ୧୨ ତାରିଖରେ ଏଲ୍ଇ ଟେକ୍ (ଡିପ୍ଲୋମା) ପରୀକ୍ଷା ତିନୋଟି ଯାକ ସିଫ୍ଟରେ ରହିଛି