Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବୁଗୁଡ଼ା-ପୋଲସରା ମୁଖ୍ୟ ସଡକ କଡରେ ବିପଦ ଶଙ୍କୁଳ ଅବସ୍ଥାରେ ବିରାଟ ଶୁଖିଲା ଗଛ , ପାଲଟିଛି ୨ଟି ଦୁର୍ଘଟଣାର ମୁକସାକ୍ଷୀ, ଉଚ୍ଛେଦ ଜରୁରୀ ହେତୁ ପ୍ରଶାସନିକ ଦାବି 2

ବୁଗୁଡ଼ା, 04/06/2025, ବିକ୍ରମ ଓଡ଼ିଶା ନିୟୁଜ: ବୁଗୁଡ଼ା-ପୋଲସରା ମୁଖ୍ୟ ସଡକ କଡରେ ବିପଦ ଶଙ୍କୁଳ ଅବସ୍ଥାରେ ବିରାଟ ଶୁଖିଲା ଗଛ , ପାଲଟିଛି ୨ଟି ଦୁର୍ଘଟଣାର ମୁକସାକ୍ଷୀ, ଉଚ୍ଛେଦ ଜରୁରୀ ହେତୁ ପ୍ରଶାସନିକ ଦାବି
Article Image
ବୁଗୁଡା,୦୪/୦୬(ସୋରେନ କୁମାର ପ୍ରଧାନ): ବୁଗୁଡ଼ା-ପୋଲସରା ମୁଖ୍ୟ ସଡକ ଅନ୍ତର୍ଗତ ଗୋଲିଆ ଗାଁ ନିକଟସ୍ଥ ମୋହିଦଣ୍ଡାଠାରେ ଏକ ବିରାଟ ଶୁଖିଲା ଥୁଣ୍ଟା କାକପୋଇ ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଥିବା ଜଣାଯାଇଛି । ଉକ୍ତ ଗଛଟି ପବନରେ କେତେବେଳେ ଯେ ଭାଙ୍ଗି ପଡି ବିପଦ ସୃଷ୍ଟି କରିବ ତାହା କହି ହେଉନି । ଉକ୍ତ ମୁଖ୍ୟ ସଡକ ଦେଇ ଶତାଧିକ ଯାନବାହାନ ଚଳାଚଳ ସାଙ୍ଗକୁ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଯାତାୟାତ କରନ୍ତି । ରାସ୍ତା କଡରେ ବିରାଟ ଶୁଖିଲା ଗଛଟି କୌଣସି କାରଣରୁ ଭାଙ୍ଗି ପଡିଲେ ଅଜାଣତରେ ଯିବା ଆସିବା କରୁଥିବା ଯାନବାହନ , ଛାତ୍ରଛାତ୍ରୀ ଓ ଜନସାଧାରଣ ବିପଦର ସମ୍ମୁଖୀନ ହେବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି । ଗତ ୨୫-୦୨-୨୦୨୩ ତାରିଖ ଦିନ ସେହି ଗଛକୁ ଧକ୍କା ଦେଇ ଗୋଳାବନ୍ଧ ଗ୍ରାମର ରାଜେନ୍ଦ୍ର ଜେନା ନାମକ ଜନୈକ ଟ୍ରକ୍ ଚାଳକ ମୃତ୍ୟୁ ବରଣ କରିଥିଲେ । ପ୍ରଶାସନିକ ଉଦାସୀନତା ହେତୁ ସେହି ଟ୍ରକଟି ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଅଦ୍ୟାବଧି ସେହି ଗଛକୁ ଲାଖିକରି ରହିଥିବା ବେଳେ ଗତ ୧୧-୦୪-୨୦୨୩ ତାରିଖ ସକାଳେ ଦୁର୍ଘଟଣାଗ୍ରସ୍ତ ସେହି ଟ୍ରକକୁ ଧକ୍କା ଦେଇ କାରରେ ଆସୁଥିବା ବୁଗୁଡା ଅରବିନ୍ଦନଗର ଅଞ୍ଚଳର ଏକ ପରିବାର ମାଆ ଓ ଦୁଇ ଝିଅ ଗୁରୁତର ଭାବେ ଆହତ ହୋଇଥିଲେ । ଫଳରେ ସେହି ଦୁର୍ଘଟଣା ସ୍ଥଳକୁ ଅତିକ୍ରମ କଲାବେଳେ ଜାଣିବା ଶୁଣିବା ଲୋକଙ୍କ ମନରେ ସେହି ପୁରୁଣା ମର୍ମନ୍ତୁଦ ଅଘଟଣ ଉଙ୍କି ମାରୁଥିବା ବେଳେ ଏବେ ଶୁଖିଲା ଥୁଣ୍ଟା ଗଛଟି ବିପଦର ଆଶଙ୍କା ଉପୁଜାଉଛି। ପ୍ରକାଶ ଥାଉ କି , ଗତ ସପ୍ତାହରେ ଶରଣକୁଳ ଅଞ୍ଚଳର ଏକ ଦମ୍ପତ୍ତି ବାଇକରେ ପୋଲସରାରୁ ନିଜ ଗାଁକୁ ଫେରୁଥିବା ବେଳେ ଉକ୍ତ ଥୁଣ୍ଟା ଗଛରୁ ଶୁଖିଲା ଛୋଟ ଡାଳଟିଏ ଖସି ସେମାନଙ୍କ ଉପରେ ପଡିଯିବାରୁ ଦୁହେଁ ଆହତ ହୋଇଥିଲେ । ତେଣୁ, ଭବିଷ୍ୟତରେ ସମ୍ଭାବ୍ଯ ବିପଦକୁ ଏତାଇବା ସକାଶେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିକାର ବ୍ଯବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି ।
Article Image