Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ମହିଳା ମଙ୍ଗଳ ଯୋଜନା ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର 1

କୁଜଙ୍ଗ , 05/06/2025, ବିକ୍ରମ ଓଡ଼ିଶା ନିୟୁଜ: , ମହିଳା ମଙ୍ଗଳ ଯୋଜନା ତରଫରୁ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତହୋଇଯାଇଅଛି,ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଭୁତୁମୁଣ୍ଡାଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ସାମାଜିକ ଏବଂ ପରିବେଶ ସଙ୍ଘଠନ ଓ ମା ଫାଉଣ୍ଡେସନ ଚାରିବାଟିଆ ଚୌଦ୍ୱାର କଟକ ଜରିଆରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି. ଏହି କାର୍ଯ୍ୟକ୍ରମ ରେ ମହିଳା ମଙ୍ଗଳ ଯୋଜନା ର ମେମ୍ବର ମାନଙ୍କୁ ନେଇ ଏକ ବୈଠକ ହୋଇଥିଲା, ଏହି ବୈଠକ ରେ ମୁଖ୍ୟ ଅତିଥି ଭୁତୁମୁଣ୍ଡାଇ ପଂଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଲୋହିତ କୁମାର ଜେନା ଉଦ୍ଘାଟନ କରିଥିଲେ, ଅନ୍ୟ ଅତିଥି ଗଣ ହେଲେ ମା ଫାଉଣ୍ଡେସନ ର ସଭାପତି ତଥା ଯୁବ ସମାଜସେବୀ ଶ୍ରୀଯୁକ୍ତ ଅମ୍ବିକା ଲେଙ୍କା,ମା ଫାଉଣ୍ଡେସନ ର ଡ଼ଃ ତପନିଧି ମହାପାତ୍ର,(ସ୍ତ୍ରୀ ରୋଗ ବିଶେଷଜ୍ଞ )ଡ଼ଃ ଦେବୀଦତ୍ତ ଲେଙ୍କା (ମେଡ଼ିସିନ )ସନ୍ତୋଷ ଲେଙ୍କା (ସଭ୍ୟା )ପୁଷ୍ପଲତା ଲେଙ୍କା (କୋଷାଧକ୍ଷ )ସାମାଜିକ ଏବଂ ପରିବେଶ ସଙ୍ଘଠନ ର ସଭାପତି ଶ୍ରୀଯୁକ୍ତ ପ୍ରମୋଦ କୁମାର ବାରିକ, ସମ୍ପାଦିକା ସଂଗୀତା ସ୍ୱାଇଁ, ପଂଚାୟତ ର ସଂଯୋଜିକା ମିନର୍ଭା ପରିଡା, ବଗଦିଆ ଗ୍ରାମ ପଂଚାୟତ ର ସଂଯୋଜିକା ବୀଣା ପାଣି ସାମଲ, ଭୁତୁମୁଣ୍ଡାଇ ପଞ୍ଚାୟତ ର ନେୟ ସରପଞ୍ଚ ପ୍ରମୁଖ ଯୋଗଦେଇଥିଲେ, ପ୍ରଥମେ ପୁଷ୍ପ ଗୋଛ ଦେଇ ଅତିଥି ମାନଙ୍କୁ ସଂମାନୀତ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା,ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ସ୍ୱାଗତ ବକ୍ତ୍ୟବ ଦେଇଥିଲେ, ଅନ୍ୟ ଅତିଥି ଗଣ ମହିଳା ମାନଙ୍କୁ ରୋଗ ସଂକ୍ରମଣ ବିଷୟରେ ସଚେତନ କରାଇଥିଲେ, ପରେ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ମାଗଣା ଔଷଧ ବିତରଣ କରାଯାଇଥିଲା, ଏପରି ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଟିକୁ ପଂଚାୟତ ବାସି /ରାଜନେତା /ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିଛନ୍ତି,
Article Image
Article Image