Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶ୍ରୀଶ୍ରୀ ବିଷ୍ଣୁଦେବଙ୍କ ମନ୍ଦିରରେ ୧୧ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞରେ ଶହଶହ ଭକ୍ତଶ୍ରଦ୍ଧାଳୁଙ୍କ ସମାଗମ 1

ଜଗତସିଂହପୁର , 05/06/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରୀଶ୍ରୀ ବିଷ୍ଣୁଦେବଙ୍କ ମନ୍ଦିରରେ ୧୧ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞରେ ଶହଶହ ଭକ୍ତଶ୍ରଦ୍ଧାଳୁଙ୍କ ସମାଗମ
Article Image
ଜଗତସିଂହପୁର,୪/୬/୨୦୨୫
Article Image
ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ତଅଁରା ପଞ୍ଚାୟତର ଖର୍ଦ୍ଧାସାହି ଗ୍ରାମରେ ଅବସ୍ଥିତ ଶ୍ରୀଶ୍ରୀ ବିଷ୍ଣୁ ମନ୍ଦିର ପ୍ରାଙ୍ଗଣରେ ଦୀର୍ଘ ବର୍ଷ ଧରି ଅଞ୍ଚଳର ଶାନ୍ତି ପ୍ରତିଷ୍ଠା ପାଇଁ ଶ୍ରୀ ଶ୍ରୀ ବିଷ୍ଣୁ ବିଶ୍ଵଶାନ୍ତି ମହାଯଜ୍ଞ ସୁଚାରୁରୂପେ ଚାଲୁଥିବାବେଳେ ଚଳିତ ବର୍ଷ ଶ୍ରୀ ବିଷ୍ଣୁ ବିଶ୍ବସାନ୍ତି ମହାଯଜ୍ଞ ଆରମ୍ଭ ହୋଇଅଛି ଗତ ୧ତାରିଖର ଦିନ ଅଙ୍କୁରାରୋପଣ, ଶୁଭଧୀବାସ କରାଯାଇ ୨ତାରିଖରେ କଳସ ଯାତ୍ରା ସହ ଯଜ୍ଞର ଅଗ୍ନି ସ୍ଥାପନ କରାଯାଇଥିଲା, ୩ତାରିଖ ଦିନ ଗୁରୁପୂଜା ,ସୂର୍ଯ୍ୟପୂଜା ,ଗୋପୂଜା ,ଧରିତ୍ରୀ ପୂଜା,ବିଷ୍ଣୁ ସହସ୍ରାର୍ଜ୍ଜୁନ ଆହୁତି , ୪ ତାରିଖ ଦିନ ଶ୍ରୀ ବିଷ୍ଣୁ ଷୋଡଶୋପଚାର ପୂଜା ,ମଣ୍ଡଳାଦି ପୂଜା ,ଗୀତାଯଜ୍ଞ,ନାମ ସଙ୍କୀର୍ତ୍ତନ ହୋଇଥିଲା, ପ୍ରତ୍ୟେକଦିନ ନୀତିକାନ୍ତି ଅନୁଜାଇ ମୁଖ୍ୟ ପୂଜକ ପ୍ରଶାନ୍ତ କୁମାର ରଥ ବିଷ୍ଣୁଦେବଙ୍କୁ ପୂଜା କରିଥାନ୍ତି,ଏହି ଯଜ୍ଞ କାର୍ଯ୍ୟର ମୁଖ୍ୟରୂପେ ନାରାୟଣ ସତପଥୀ ଓ ସମସ୍ତ ବିଦ୍ୱାନ ପଣ୍ଡିତ ଓ ବ୍ରାହ୍ମଣମାନଙ୍କ ଦ୍ୱାରା ମନ୍ତ୍ରପାଠ କରାଯାଇ ଆହୁତି ପ୍ରଦାନ କାର୍ଯ୍ୟ କରାଯାଇଥିଲା । ଏହାସହିତ ଚାରିଦିନ ଧରି ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଦିବାରାତ୍ର ଆନନ୍ଦ ବଜାରରେ ପ୍ରସାଦ ସେବନ କରାଯାଇଥିଲା । କର୍ତ୍ତାରୂପେ ରବୀନ୍ଦ୍ରନାଥ ନାୟକ କର୍ତ୍ତୀରୂପେ ତାଙ୍କ ଧର୍ମପତ୍ନୀ ପ୍ରଭାତି ନାୟକ କାର୍ଯ୍ୟସମ୍ପାଦନ କରିଥିଲେ । ବୁଧବାର ଦିନ ସମସ୍ତ ପୂଜା ସହିତ ସମସ୍ତ ଦେବାଦେବୀଙ୍କ ଉଦ୍ଧେଶ୍ୟରେ ଆହୁତି ପ୍ରଦାନ କରାଯାଇ ଶେଷରେ ପୂର୍ଣାହୁତି କରାଯାଇଥିଲା। ପୂର୍ଣାହୁତି ଦିବସରେ ପାଖଆଖ ଗ୍ରାମରୁ ଶହଶହ ଭକ୍ତ ଶ୍ରଦ୍ଧାଳୁ ଯୋଗଦେଇ ପୂର୍ଣାହୁତିରେ ଯଜ୍ଞ ନାରାୟଣଙ୍କ ଦର୍ଶନ କରିବା ଶହ ବିଷ୍ଣୁଦେବଙ୍କ ଆଶ୍ରିବାଦ ଲାଭ କରିଥିଲେ। ଆନନ୍ଦ ବଜାରରେ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା, ଏହି ଆଧାର୍ମିକ କାର୍ଯ୍ୟକ୍ରମକୁ ଖର୍ଦ୍ଧାସାହି ଗ୍ରାମର ସମସ୍ତ ଯୁବପିଢ଼ି ଓ ଗ୍ରାମ ବାସୀମାନଙ୍କ ଉଦ୍ୟମରେ ସୁଚାରୁରୂପେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା।
Article Image