Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ନାଟ୍ୟ ନିର୍ଦ୍ଦେଶକ ଙ୍କ ବିୟୋଗରେ ଶୋକର ଛାୟା 2

କାକଟପୁର, 29/04/2025, ବିକ୍ରମ ଓଡ଼ିଶା ନିୟୁଜ: ନାଟ୍ୟ ନିର୍ଦ୍ଦେଶକ ଙ୍କ ବିୟୋଗରେ ଶୋକର ଛାୟା
Article Image
କାକଟପୁର 29/4 କାକଟପୁର ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ମାଧବାନନ୍ଦ ଯୁବ ନାଟ୍ୟ ପରିଷଦ ର ନାଟ୍ୟ ନିର୍ଦ୍ଦେଶକ ବସନ୍ତ ସାର (64) ଙ୍କର ସୋମବାର ଦିନ ପରଲୋକ ହୋଇଯାଇଛି l ସେ କଣ୍ଟାପଡା ହାଇ ସ୍କୁଲ ର ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ l ତାଙ୍କର ଅକାଳ ବିୟୋଗ ରେ ମାଧବାନନ୍ଦ ନାଟ୍ୟ ପରିଷଦ ସମେତ ବିଭିନ୍ନ ନାଟ୍ୟ ଅନୁଷ୍ଠାନ ରେ ଶୋକ ର ଛାୟା ଖେଳି ଯାଇଛି, ଆଖ ପାଖ ଅଞ୍ଚଳ ରେ ବସନ୍ତ ସାର ବୋଲି ସମସ୍ତେ ତାଙ୍କୁ ଜାଣନ୍ତି , ତାଙ୍କ ଠାରୁ ବହୁ ଅନୁଷ୍ଠାନ ନାଟକ ପରିବେଷଣ କରି ଅଜସ୍ର ଅଭିନନ୍ଦନ ସାଉଁଟି ଥିବା ବେଳେ ଆଉ କେଉଁଠି ଚମ୍ପିୟାନ ହୋଇ ବସନ୍ତ ସାର ଙ୍କ ନାଁ ମଧ୍ୟ ରଖିଛନ୍ତି , ଆଜି ତାଙ୍କର ମୁର୍ତ୍ୟୁ ର ଖବର ପାଇ ଗ୍ରାମ ବାସୀ ଙ୍କ ସମେତ ସମସ୍ତ ସୂବେଛୁ ଓ ହିତାକାଂକ୍ଷୀ ଙ୍କ ଗହଳି ତାଙ୍କ ବାସଭବନ ରେ ଶେଷ ଦର୍ଶନ କରିବାକୁ ଭିଡ଼ ଜମିଥିଲା, ନୀଳ କଣ୍ଠ ପୁର ଯୁବ ଅନୁଷ୍ଠାନ ର କର୍ମକର୍ତା ବିଶ୍ୱଜିତ, ଦୀପକ, ପ୍ରକାଶ, ଅମିତ, ଭରତ, ଆଦିତ୍ୟ, ଅକ୍ଷୟ, ଅଭୟ, ବାବୁଲି, ବିଚିତ୍ରା, ସୁଧାଂଶୁ, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି l