Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ପରିବାରକୁ ସୁରକ୍ଷା, ସ୍ୱାମୀ ହତ୍ୟାକାରୀ ଙ୍କୁ ଗିରଫ ଦାବି ରେ ପରିବାର ଲୋକ ଏସ ପି ଙ୍କ ଦ୍ୱାରସ୍ତ ) 3

ଜଗତସିଂହପୁର , 05/06/2025, ବିକ୍ରମ ଓଡ଼ିଶା ନିୟୁଜ: (ପରିବାରକୁ ସୁରକ୍ଷା, ସ୍ୱାମୀ ହତ୍ୟାକାରୀ ଙ୍କୁ ଗିରଫ ଦାବି ରେ ପରିବାର ଲୋକ ଏସ ପି ଙ୍କ ଦ୍ୱାରସ୍ତ )ଜଗତସିଂହପୁର
Article Image
ତା =5/6/25
Article Image
ଜଗତସିଂହପୁର ଜ଼ିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ନୀଳିମା ବେହେରା ଓ ତାର ପରିବାର ସଦସ୍ୟ ସ୍ୱାମୀ ହତ୍ୟାକାରୀ ଙ୍କୁ ଗିରଫ, ଓ ପରିବାର କୁ ସୁରକ୍ଷାଯୋଗାଇଦେବା ଦାବି ନେଇ ଏସ ପି ଙ୍କ ଦ୍ୱାରସ୍ତ ହୋଇଛନ୍ତି | ଏସ ପି ଙ୍କ ପ୍ରତିଶୃତି ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରାଯିବ ତୁମକୁ ନ୍ୟାୟ ମିଳିବ ହେଲେ ଏସ ପି ଶାନ୍ତନା ପରିବାର ସଦସ୍ୟମାନଙ୍କ ର ମାନବଳ କୁ ଯେତିକି ଧର୍ଯ୍ୟ ଦେଉଛି ଅଭିଯୁକ୍ତ ମାନଙ୍କ ର ଧମକ ସେତିକି ଭୟଭୀତ କରୁଛି |ଏପରି ପରିସ୍ଥିତି ରେ ପରିବାର ସଦସ୍ୟ ଭୟଭୀତ ଅବସ୍ଥା ରେ ଜୀବନ ବିତାଉଛନ୍ତି |
Article Image
ହଁ ଆଜ୍ଞା ଦିନେ ନୁହେଁ କି ଦୁଇଦିନ ନୁହେଁ |ଦୀର୍ଘ ଏକ ମାସ ବିତିଗଲାଣି | ନୀଳିମା ବେହେରା ଙ୍କ ସ୍ୱାମୀ ରମାକାନ୍ତ ବେହେରାଙ୍କୁ ମଙ୍ଗରାଜପୁର ଗ୍ରାମର ୬ ଜଣ ଅସାମାଜିକ ଯୁବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ଘରୁ ଡ଼ାକିନେଇ ଯୋଜନା ବଦ୍ଧ ଭାବରେ ନିର୍ମମ ଭାବେ ହତ୍ୟା କରି ଘର ସମୁଖ ରେ ପକାଇଦେଇଗଲେ | ନୀଳିମା ଏ ସମ୍ପର୍କ ରେ ମେ ୨ ତାରିଖ ଦିନ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ | କୁଜଙ୍ଗ ପୋଲିସ ଅଭିଯୋଗ କୁ ଭିତ୍ତି କରି ଏକ ମକଦମା ରୁଜୁ କରି ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି |ହେଲେ ମୁଖ୍ୟ ଅଭିଯୁକ୍ତ ଦିବା ଲୋକ ରେ ଖୁଲୁମ ଖୁଲା ବୁଲି ନୀଳିମା ଙ୍କ ପରିବାର କୁ ସମୂଳେ ନିପାତ କରିଦେବାକୁ ଧମକ ଦେବାରୁ ପରିବାର ସଦସ୍ୟ ଭୟଭୀତ ହୋଇ ଏସ ପି ଙ୍କ ସରଣାପନ୍ନ ହୋଇଛନ୍ତି |ଖବର ନେବାର ଜଣା ପଡିଛି ମଙ୍ଗରାଜପୁର ଗ୍ରାମରେ ରମାକାନ୍ତ ବେହେରା ଏକ ପାନ ଦୋକାନ କରି ପରିବାର ଗୁଜରାଣ ମେଣ୍ଡାଉଥିଲେ |୬ ଜଣ ଅଭିଯୁକ୍ତ ରମାକାନ୍ତ ଙ୍କ ଦୋକାନ ରୁ ଅତ୍ୟଧିକ ଟଙ୍କା ର ବାକି ଖାଇଥିଲେ | ରମାକାନ୍ତ ବାରମ୍ବର କବିଆ ଟଙ୍କା ମାଗିବାରୁ ୬ ଅଭିଯୁକ୍ତ ମାନଙ୍କ ସହିତ ପାଟିତୁଣ୍ଡ ହୋଇଥିଲା ସେମାନେ ବିଳମ୍ବିତ ରାତିରେ ରମାକାନ୍ତ ଙ୍କୁ ଯୋଜନାବଧ ଭାବରେ ହତ୍ୟା କରିଥିବା କୁଜଙ୍ଗ ଥାନାରେ ରମାକାନ୍ତ ର ସ୍ତ୍ରୀ ନୀଳିମା ଅଭିଯୋଗ କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ