Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରାଇରଙ୍ଗପୁର, 05/06/2025, ବିକ୍ରମ ଓଡ଼ିଶା ନିୟୁଜ: ରେଡି ଭୋଲଣ୍ଟିଅର୍ସ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳିତରାଇରଙ୍ଗପୁର 5 ଜୁନ 25 ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ସ୍ବେଚ୍ଛାସେବୀ ସଂଗଠନ ରେଡି ଭୋଲଣ୍ଟିଅର୍ସ ଆନୁକୁଲ୍ଯରେ ବିଶ୍ବ ପରିବେଶ ଦିବସ ଦିବସ ପାଳିତ ହୋଇ ଯାଇଛି। ରେଡି ଭୋଲଣ୍ଟିଅର କ୍ୟାପଟେନ ବିଜୟ କୁମାର ରାମଙ୍କ ଆବାହକତ୍ବରେ ଆୟୋଜିତ ଏହି ବାର୍ତ୍ତା କାର୍ଯ୍ୟକ୍ରମରେ ସମାଜ ସେବୀ ନବୀନ ରାମ , କୃଷ୍ଣ ବିହାରୀ ମହାନ୍ତି( ରୁନ୍ଜୀଆ ଭାଇ) ରକ୍ତଦାତା ଗତିକୃଷ୍ଣ ମହାନ୍ତ, ଲାଲବାବୁ ସାଓ ଉପସ୍ଥିତ ରହି ରେଡି ଭୋଲଣ୍ଟିଅର୍ସ ଏବଂ ଉପସ୍ଥିତ ଅନ୍ଯମାନଙ୍କୁ ପରିବେଶ ସୁରକ୍ଷା ଜୀବନ ରକ୍ଷା ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ।ବିଜୟ ରାମ ଏହି ଦିବସ ପାଳନର ଆବଶ୍ୟକତା ଏବଂ "ମାଁ କେ ନାମ ଏକ ବୃକ୍ଷ " ଉପରେ ମତବ୍ୟକ୍ତ କରିଥିଲେ।ସମସ୍ତେ "ବୃକ୍ଷ ବଢାଏ ଅପନା ମାନ,ଏକ ବୃକ୍ଷ ଦସ ପୁତ୍ର ସମାନ" ଏବଂ " ପ୍ଲାଷ୍ଟିକ ହଟାଅ, ପରିବେଶ ବଚାଓ" ସ୍ଲୋଗାନ ଦେଇ ଏହି କାର୍ଯ୍ୟକ୍ରମ ର ସାର୍ଥକତା ପ୍ରତିପାଦନ କରିଥିଲେ। ରେଡି ଭୋଲଣ୍ଟିଅର ପ୍ରୀତି ରାଜ ପରିଚାଲନା ଏବଂ ରୀତା ବିନ୍ଧାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ରେଡି ଭୋଲଣ୍ଟିଅର୍ସ ତୋପାଇ ବେହେରା, ସୁଭଦ୍ରା ବାରିକ, ଆଦିତ୍ଯ ଗୁପ୍ତା ପିୟୁଷ ବଳ, ଶମିତା ବେହେରା, ନମିତା ବିନ୍ଧାଣୀ, ସିମରନ ଖାନ, ଆଦିତ୍ଯ ବଳ, ବିଶାଲ ବେହେରା,ଆକାଶ ଗିରି,, କ୍ରିଷ୍ଣା ରାମ, ସୁଭମ ସିଂହ, ସୁଭଙ୍କର ମହାନ୍ତ ,ପ୍ରେମାନନ୍ଦ ଓ ଅନ୍ଯମାନେ ଉପସ୍ଥିତ ଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

