Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରାଇରଙ୍ଗପୁର, 05/06/2025, ବିକ୍ରମ ଓଡ଼ିଶା ନିୟୁଜ: ଛଠ ପର୍ବ ଟ୍ରଷ୍ଟ ଏବଂ ହିଂଦୀ ଭାଷୀ ଦ୍ବାରା ବିଶ୍ବ ପରିବେଶ ଦିବସ ପାଳିତଛଠ ପର୍ବ ଟ୍ରଷ୍ଟ ଏବଂ ହିଂଦୀ ଭାଷୀ ର ମିଳିତ ଆନୁକୁଲ୍ଯରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏହି ବାର୍ତ୍ତା କାର୍ଯ୍ୟକ୍ରମରେ ଛଠ ପର୍ବ ଟ୍ରଷ୍ଟୀ ମଦନ ରଜକ , ଲାଲବାବୁ ସାଓ, ଛୋଟୁ ଯାଦବ ଏବଂ ହିଂଦୀ ଭାଷୀ ଦିନେଶ ବେହେରା, ଅଙ୍କିତ ପାଡିଆ, ରୁଖସାନା ଖାତୁନ ଓ ରେଡି ଭୋଲଣ୍ଟିଅର୍ସ ମାନେ ଉପସ୍ଥିତ ରହି ପରିବେଶ ସୁରକ୍ଷା ଜୀବନ ରକ୍ଷା ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ଆବାହକ ବିଜୟ ରାମ ଏହି ଦିବସ ପାଳନର ଆବଶ୍ୟକତା ଏବଂ "ମାଁ କେ ନାମ ଏକ ବୃକ୍ଷ " ଉପରେ ମତବ୍ୟକ୍ତ କରିଥିଲେ। ଟ୍ରଷ୍ଟୀ କିଶୋର ରଜକ ଏହି ଦିବସ ଟି କୁ ଆନ୍ତରିକତାର ସହିତ ପାଳନ ପାଇଁ ଆହ୍ବାନ ଦେଇ ଥିଲେ। ରେଡି ଭୋଲଣ୍ଟିଅର୍ସ ପ୍ରିତି ରାଜ ,ତୋପାଇ ବେହେରା, ସୁଭଦ୍ରା ବାରିକ, ଆଦିତ୍ଯ ଗୁପ୍ତା ପିୟୁଷ ବଳ, ଶମିତା ବେହେରା, ନମିତା ବିନ୍ଧାଣୀ, ସିମରନ ଖାନ, ଆଦିତ୍ଯ ବଳ, ବିଶାଲ ବେହେରା,ଆକାଶ ଗିରି,, କ୍ରିଷ୍ଣା ରାମ, ସୁଭମ ସିଂହ, ସୁଭଙ୍କର ମହାନ୍ତ ,ପ୍ରେମାନନ୍ଦ ଓ ଅନ୍ଯମାନେ ଉପସ୍ଥିତ ଥିଲେ। ଟ୍ରଷ୍ଟୀ ରାଜେଶ କୁମାର ପ୍ରଜାପତି ତାଙ୍କର ବକ୍ତବ୍ଯ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ। ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ