ଜଗତସିଂହପୁର , 05/06/2025, ବିକ୍ରମ ଓଡ଼ିଶା ନିୟୁଜ: ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ ରିପୋର୍ଟ : ଶ୍ରୀବତ୍ସ ପାଢ଼ୀ ଜଗତସିଂହପୁର :୫ /୬. ସକାଳ ୮ ଘଟିକା ସମୟ ରେ ଜଗତସିଂହପୁର ଜିଲ୍ଲାର ଅବକାରୀ ବିଭାଗ ଅନୁକୁଲ୍ୟ ରେ ଅବକାରୀ ଅଫିସ୍ ପରିସର ରେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବନ୍ୟ ବିଭାଗ ଓ ଅବକାରୀ ବିଭାଗ ର ମିଳିତ ଉଦ୍ୟମ ରେ ସାମୂହିକ ବୃକ୍ଷ ରୋପଣ ସମାରୋହ ଆୟୋଜିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ କୁ ସଫଳ କରିବା ଦିଗରେ ଜିଲ୍ଲା ଅବକାରୀ ସମସ୍ତ ଅଧିକାରୀ ଓ ଫରେଷ୍ଟ ବିଭାଗର କର୍ମଚାରୀମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ l