Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 05/06/2025, ବିକ୍ରମ ଓଡ଼ିଶା ନିୟୁଜ: ସମବାୟବିତ ଙ୍କ ବିୟୋଗ |
ଜଗତସିଂହପୁରତା 5/6/(ନି ପ୍ର )କଟକ ଜ଼ିଲ୍ଲା ଦୁଗ୍ଧ ସଂଘ ର ପରିଚାଳନା ପରିଷଦ ସଦସ୍ୟା ତଥା ରଘୁନାଥପୁର ପୂରଣ ଦୁଗ୍ଧ ଉତ୍ପାଦନ ସମବାୟ ସମିତିର ସଭାନେତ୍ରୀ କୁନି ପରିଡା ଙ୍କ ର ୫୫ ବର୍ଷ ବୟସରେ ପୂରଣ ଓଡ଼ପଡା ବାସ ଭବନରେ ପରଲୋକ ଘଟିଛି | କୁନି ପରିଡା ପୂର୍ବରୁ କର୍କଟ ରୋଗରେ ପୀଡିତ ଥିଲେ | କୁନି ପରିଡା ଙ୍କ ମୁର୍ତ୍ୟୁ ଖବର ପାଇବା ପରେ କଟକ ଦୁଗ୍ଧ ସଂଘ ର ସଭାପତି ଆର୍ତ୍ତତ୍ରାଣ ପତି, ଓମଫେଡ ପରିଚାଳନା ପରିଷଦ ସଦସ୍ୟଶ୍ରୀକାନ୍ତ ଜେନା, ତିର୍ତୋଲ ଡ଼ାଇରୀ ମ୍ୟାନେଜର ଲଳିତ ମୋହନ ପାତ୍ର, କଟକ ଦୁଗ୍ଧ ସଂଘ ପରିଚାଳନା ପରିଷଦ ସଦସ୍ୟ ଦିଲ୍ଲୀପ ଲେଙ୍କା ପ୍ରମୁଖ କୁନି ପରିଡା ଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ପରିବାର ବର୍ଗକୁ ସମବେଦନା ଜଣାଇଥିଲେ |