Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ବାମନଘାଟୀ, 29/04/2025, ବିକ୍ରମ ଓଡ଼ିଶା ନିୟୁଜ: : ଜାତୀୟ ସ୍ତରରେ ପୁରସ୍କୁତ ହାଟବାଦଡା ସରପଞ୍ଚ ସବିତା ସୋରେନଙ୍କୁ ସମ୍ଭର୍ନ୍ଧନା : ଆଦିବାସୀ ବହୁଳ ବାମନଘାଟୀ ଉପଖଣ୍ଡ କୁସୁମୀ ବ୍ଲକ ର ହାଟବାଦଡା ପଞ୍ଚାୟତ ଏବେ ଚର୍ଚ୍ଚାରେ l ଏହି ହାଟ ରାଜସ୍ବ ଆଦାୟ କ୍ଷେତ୍ରରେ ଗତ ଆର୍ଥିକ ବର୍ଷରେ ୯୨,୩୬,୭୧୮ ଟଙ୍କା ଆୟ କରି ଦେଶରେ ଦ୍ବିତୀୟ ସ୍ଥାନ ଅଧିକାର କରିବା ସହ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପୁରସ୍କୁତ ହୋଇଛି l ସମଗ୍ର ଦେଶରେ ତେଲେଙ୍ଗାନାର ରେଙ୍ଗାରେଡି ଜିଲ୍ଲା, ଏଚରମ ବ୍ଲକ ମାଳି ପଂଚାୟତ ପ୍ରଥମ ସ୍ଥାନରେ ରହିଛି l ବିହାରର ପାଟଣା ମଧୁବଣି ଠାରେ ଆୟୋଜିତ ଜାତୀୟ ପଂଚାୟତିରାଜ ପୁରସ୍କାର ୨୦୨୫ କାର୍ଯ୍ଯକ୍ରମରେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀଙ୍କ ଠାରୁ ହାଟବାଦଡା ସରପଞ୍ଚ ସବିତା ସୋରେନ ଏହି ସମ୍ମାନ ଓ ପୁରସ୍କାର ଆକାରରେ ୭୫ ଲକ୍ଷ ଟଙ୍କା ଅର୍ଥ ରାଶି ଗ୍ରହଣ କରିଛନ୍ତି l ସରପଞ୍ଚଙ୍କ ସହ ପିଇଓ ଜନ୍ମେଜୟ ସେଠୀ, ଆରଜିରଏସ ଡିପିଏମ ନିଗମାନନ୍ଦ ନାୟକ ଓ ଜିପିଡିଓ ଶେଖର କୁମାର ସ୍ବାଇଁ ଏହି ପୁରସ୍କାର ଗ୍ରହଣ କରିବା ପାଇଁ ପାଟନା ଯାଇ କାର୍ଯ୍ଯକ୍ରମରେ ଉପସ୍ଥିତ ଥିଲେ l ଜାତୀୟ ସ୍ତରରେ ପୁରସ୍କୁତ ହୋଇ ସରପଞ୍ଚ ସବିତା ସୋରେନ ପଞ୍ଚାୟତ ଅଧିକାରୀଙ୍କ ସହ ହାଟବାଦଡା ଫେରିବା ପରେ ପଞ୍ଚାୟତବାସୀ ଓ ୧୩ଟି ୱାର୍ଡ ସଦସ୍ଯା ତଥା ଗ୍ରାମବାସୀଙ୍କ ତରଫରୁ ପାରମ୍ପରିକ ଆଦିବାସୀ ନୁତ୍ଯରେ ବିପୁଳ ସ୍ବାଗତ ଜଣାଇଥିଲେ l ସକାଳେ ହାଟବାଦଡା ଗ୍ରାମ ଛକ ଠାରୁ ପାରମ୍ପରିକ ଆଦିବାସୀ ନୁତ୍ଯର ତାଳେ ତାଳେ ଏକ ଶୋଭାଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ପଂଚାୟତ କାର୍ଯ୍ଯାଳୟ ପର୍ଯ୍ଯନ୍ତ ଯାଇଥିଲା l ସେଠାରେ ତାଙ୍କୁ ପଞ୍ଚାୟତର ୧୩ଟି ଯାକ ୱାର୍ଡମେମ୍ବର, ପଂଚାୟତ କର୍ମଚାରୀ ତଥା ସମାଜସେବୀ ଭଗବାନ ସାହୁ, ସୁସେନ ଗିରି, ପ୍ରଦୀପ ସାହୁ ସମେତ ହାଟବାଦଡା ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ଭର୍ନ୍ଧନା ଜଣାଇଥିଲେ l ଏହି ଅବସରରେ ସରପଞ୍ଚ ସୂଚନା ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀଙ୍କ ଠାରୁ ସେ ଏହି ଉଲ୍ଲେଖନୀୟ ଉପଲବ୍ଧି ପାଇଁ ସେ ସମ୍ଭର୍ଦ୍ଧିତ ହୋଇଥିବାରୁ ବିଶେଷ ଗର୍ବିତ l ସେ ଏଥିପାଇଁ ହାଟବାଦଡା ପଞ୍ଚାୟତର ସମସ୍ତ ନିର୍ବାଚିତ ଜନପ୍ରତିନିଧି, ଜନସାଧାରଣଙ୍କ ପାଖରେ ଚିର କୁତଜ୍ଞ l ଆଗାମୀ ଦିନରେ ଏହି ପଞ୍ଚାୟତର ମୌଳିକ ସମସ୍ଯା ଦୂର କରିବା ସହ ଅଧିକ ବିକଶିତ କରିବା ଦିଗରେ ସେ ଉଦ୍ଯମ ଜାରି ରଖିବେ ବୋଲି କହିଛନ୍ତି l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

