Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 05/06/2025, ବିକ୍ରମ ଓଡ଼ିଶା ନିୟୁଜ: ବିଶ୍ଵ ପରିବେଶ ଦିବସ ପାଳିତ ଳଜଗତସିଂହପୁର

ତା=5/6/25ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା ଙ୍କ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ସମ୍ପାଦକ ଜୟନ୍ତ କୁମାର ରାୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ଜୁନିଅର୍ ରେଡ୍ କ୍ରସ୍ ସଂଗଠନ ଦ୍ଵାରା ଜିଲ୍ଲା ସ୍ତରୀୟ ବିଶ୍ଵ ପରିବେଶ ଦିବସ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଳିସିଂହ ପରିସରରେ ପାଳିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଧନେଶ୍ଵର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଅତିଥି ଭାବେ ଦିଲ୍ଲୀପ କୁମାର ଦାସ, ଜିଲ୍ଲା ଜୁନିଅର ରେଡ୍ କ୍ରସ୍ ଅଧିକାରୀ ତ୍ରିଲୋଚନ ସାହୁ, ବ୍ଲକ ସମ୍ପାଦକ ଶୁକଦେବ ଜେନା, ଚନ୍ଦନ ବେହେରା, ମିଲନ କୁମାର ଓଝା ପ୍ରମୁଖ ଯୋଗଦେଇ ଥିଲେ l ଶିକ୍ଷକ ସଂଜିତ୍ ସିଂହ ଅତିଥି ପରିଚୟ ଓ ଶିକ୍ଷୟିତ୍ରୀ ଦିପ୍ତିପ୍ରଭା ମଲ୍ଲିକ ଧନ୍ୟବାଦ୍ ପ୍ରଦାନ କରିଥିଲେ l ପିଲାମାନଙ୍କ ଦ୍ଵାରା ପ୍ରଥମେ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା ଓ ପରେ ପିଲାମାନଙ୍କ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ ଶଶାଙ୍କ ଶେଖର ରଥ, ପ୍ରତାପ କୁମାର ବେହେରା, ଦିଲ୍ଲୀପ କୁମାର ଦାସ, ମାନସୀ ଲତା ସାହୁ, ନିରୁପମା ଓଝା, ପୂର୍ଣ୍ଣିମା ସାହୁ, ଦୀପକ ବଳ, ରାଜଲକ୍ଷ୍ମୀ ସିଂହ ଓ ସାରଦା ପରିଡ଼ା ପ୍ରମୁଖ ପରିଚାଳନା କରିଥିଲେ lଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ