Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବାଲି ଚୋରା ଚାଲାଣକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଦେବୀ ନଦୀ,ବାଲି ମାଫିଆ ଏବଂ ଖଣି ଅଧିକାରୀଙ୍କ ମଧୁଚନ୍ଦ୍ରିକା, ଦିନକୁ ଶହ ଶହ ଟ୍ରିପ ବାଲି ଚାଲାଣ 3

କାକଟପୁର, 05/06/2025, ବିକ୍ରମ ଓଡ଼ିଶା ନିୟୁଜ: ବାଲି ଚୋରା ଚାଲାଣକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଦେବୀ ନଦୀ,ବାଲି ମାଫିଆ ଏବଂ ଖଣି ଅଧିକାରୀଙ୍କ ମଧୁଚନ୍ଦ୍ରିକା, ଦିନକୁ ଶହ ଶହ ଟ୍ରିପ ବାଲି ଚାଲାଣ
Article Image
କାକଟପୁର ତା ୫/୬ ( ତୁଷାର ଦୀକ୍ଷିତ ) ପୁରୀଜିଲ୍ଲାର ପ୍ରମୁଖ ନଦୀ ମଧ୍ୟରୁ ଅନ୍ୟତମ ନଦୀ ଦେବୀ ନଦୀ । ଏହି ଦେଵୀନଦୀ ଏବେ ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି । ରୀତିମତ ଏହି ନଦୀରୁ ଟ୍ରାକ୍ଟର, ହାଇୱା ମାଧ୍ୟମରେ ଶହ ଶହ ଟ୍ରିପ ବାଲି ଚୋରାଚାଲାଣ ହେଉଛି । ତହସିଲ ଅଧିନରେ ବାଲି ସୌରାତ ଥିବାବେଳେ ତହସିଲ ପକ୍ଷରୁ ଚଢାଉ କରାଯାଇ ଜରିମନା ଆଦାୟ କରାଯାଉଥିଲା । କିନ୍ତୁ ବର୍ଷାଧିକ କାଳ ହେବ ରାଜସ୍ୱ ବିଭାଗରୁ ଖଣି ବିଭାଗକୁ ବାଲି ସୌରାତର ଦାଇତ୍ୱ ଦେବା ପରେ ବାଲି ମାଫିଆ ଖୁଲମ ଖୁଲା ଭାବେ ବାଲି ଚୋରାଚାଲାଣ କରି ମାଲେ ମାଲ ହେଉଥିବା ବେଳେ ରାଜ୍ୟ ସରକାର କିନ୍ତୁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ସହୁଛନ୍ତି । ଏଭଳି ବାରମ୍ବାର ଅଭିଯୋଗ ହେବା ପରେ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ପୁଲିସକୁ ବେନିୟମ ବାଲି ଚୋରାଚାଲାଣ ରୋକିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ମୁତାବକ ପୁଲିସ ଏବେ ବାଲି ଚୋରାଚାଲାଣ ରୋକିବା ପରିବର୍ତ୍ତେ ବାଲିମାଫିଆ ମାନଙ୍କ ସହ ହାତମିଳାଇ ବେଶ ମୁନାଫା ପାଉଛନ୍ତି l ଯାହା ଫଳରେ ବାଲିମାଫିଆ ମାନେ ଅଧିକ ସକ୍ରିୟ ହୋଇପଡୁଛନ୍ତି l । ଦେଵୀନଦୀର ବିଭିନ୍ନ ବାଲି ଘାଟ ବାଲି ମାଫିଆଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ରୀତିମତ ବାଲି ମାଫିଆ ଟ୍ରାକ୍ଟର ଏବଂ ହାଇୱା ଯୋଗେ ଜେସିପି ମେସିନ ସହାୟତାରେ ବାଲି ଉଠାଣ କରି କାକଟପୁର, ଅସ୍ତରଙ୍ଗ, କୋଣାର୍କ, ନୂଆହାଟ ସମେତ ପଡୋଶୀ ଜଗତସିଂହପୁର ଏବଂ କଟକ ଜିଲ୍ଲାକୁ ଚୋରା ଚାଲାଣ କରି ଆସୁଛନ୍ତି ଫଳରେ ଏହି ବାଲି ବୋଝେଇ ହାଇୱା ଏବଂ ଟ୍ରାକ୍ଟର ଦ୍ୱାରା ଉକ୍ତ ଅଞ୍ଚଳର ରାସ୍ତା ଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହେଇ ପଡିଛି । ଯେଉଁ ସବୁ ବାଲି ସୌରାତ ଲିଜ ଅଛି ସେହି ସବୁ ସୌରାତରେ ଧାର୍ଯ୍ୟ ସୀମା ଠାରୁ ଶହେ ଗୁଣ ବାଲି ବେନିୟମ ଭାବେ ଉଠାଣ କରାଯାଉଛି । ପୁଣି ସରକାରଙ୍କ ନିୟମକୁ ବେଖାତିର କରି ଦିନ ରାତି ବାଲି ଚାଲାଣ କରାଯାଉଛି । ଏହି ବାଲି ଚାଲାଣ ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦିଆଯାଉନାହିଁ । ଯେଉଁଥିପାଇଁ ଲୋକେ ଅସୁବିଧାର ସମ୍ମୁଖିନ ହେବା ସହିତ ଦୁର୍ଘଟଣାର ଶିକାର ହେଉଛନ୍ତି । ଅନେକ ବାଲି ମାଫିଆ ବିଭିନ୍ନ ସ୍ଥାନରେ ବାଲି ଜମା କରି ରଖି ସମୟ ଏବଂ ସୁବିଧା ଦେଖି ଚାଲାଣ କରୁଛନ୍ତି । ଏନେଇ ଖୋଦ ଖଣି ବିଭାଗ ଉପ ନିର୍ଦ୍ଦେଶକଙ୍କ ନିକଟରେ ଅଭିଯୋଗ ହେଇଥିଲେ ମଧ୍ୟ ସେ ଗୁରୁତ୍ୱ ଦେଉ ନଥିବାରୁ ବଢିବଢ଼ି ଚାଲିଛି ବାଲି ଚୋରା ଚାଲାଣ ।