Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କୁଜଙ୍ଗ , 06/06/2025, ବିକ୍ରମ ଓଡ଼ିଶା ନିୟୁଜ: କୁଜଙ୍ଗ ବାର ଆସୋସିଏସନ୍ ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି

ଆମ ପରିବେଶ କୁ ଚାରିପାଖକୁ ଆମେ ନଷ୍ଟ କରିଦେଇଛୁ। ଭବିଷ୍ୟତ ର ଚିନ୍ତା କରୁନାହୁ। ଏହାଦ୍ବାରା କଳକାରଖାନା, ଗଛ କାଟିବା, ରାସ୍ତା ଘାଟ ରେ ଯାନ ବାହନ ଚଳାଚଳ ବୃଦ୍ଧି କରିବା ସମୁଦ୍ର ପାଣିକୁ ପ୍ରଦୂଷିତ କରିବା ଉପରେ ଆମେ ଗୁରୁତ୍ଵ ଦେଉନାହୁଁ । ଯାହାଫଳରେ ଆମ ଚାରିପାଖ ପ୍ରଦୂଷିତ ହୋଇଯାଇଛି। ଏଥିପାଇଁ ଏବେଠାରୁ ଆମକୁ ଗୁରୁତ୍ଵ ର ସହ ଚିନ୍ତା କରିବାର ଆବଶ୍ୟକତା ଅଛି ବୋଲି ମାନବିକ ଅଧିକାରୀ କମିଶନ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ କହିଛନ୍ତି।କୁଜଙ୍ଗ ସୂଚନା ଭଵନ ଠାରେ ଆୟୋଜିତ ଏକ ସଭାରେ ଜଷ୍ଟିସ ପୁଜାହରୀ ବହୁ ଗୁରୁତ୍ଵ ପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରିଥିଲେ। ବିଶ୍ଵ ପରିବେଶ ଦିବସ ରେ ଓଡ଼ିଶା ମାନବିକ ଅଧିକାରୀ କମିଶନ ଓ କୁଜଙ୍ଗ ବାର ଆସୋସିଏସନ୍ ମିଳିତ ଆନୁକୁଲ୍ୟେ ରେ ଏହି ଉତ୍ସବ ତି ଅନୁଷ୍ଠିତ ହୋଇଥିଲା। କୁଜଙ୍ଗ ବାର ଆସୋସିଏସନ୍ ସଭାପତି ଏଏନଡି ଯାଦବ ସ୍ବାଗତ ଭାଷଣ ଦେବା ପରେ ପୂର୍ବତନ ସଭାପତି ଆଡଭୋକେଟ ଅମୃତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଡଭୋକେଟ ଅସୀମ ଅମିତାଭ ଦାସ, ଚିତ୍ତରଞ୍ଜନ ମହାପାତ୍ର, ସାମ୍ବାଦିକ ପ୍ରିୟ ରଞ୍ଜନ ସାହୁ, ଜଗତସିଂହପୁର ଜିଲ୍ଲା ଜଜ ଶ୍ରୀନିବାସ ପ୍ରତିହାରୀ ହାଇକୋର୍ଟ ର ବରିଷ୍ଟ ଆଡଭୋକେଟ୍ ସୌର ଚନ୍ଦ୍ର ମହାପାତ୍ର ପ୍ରମୁଖ ପରିବେଶ ସୁରକ୍ଷା ଦିଗରେ ଆମର ଅବଦାନ ଉପରେ ବିଶଦ ଆଲୋଚନା କରିଥିଲେ। କୁଜଙ୍ଗ ହୋଇଥିବା ପରିବେଶ ସୁରକ୍ଷା ସମ୍ପର୍କରେ କୁଜଙ୍ଗ ର ଓକିଲମାନେ ମିଳିତ ଭାବେ କୁଜଙ୍ଗ ବଜାର ରେ ମିଳୁଥିବା ପଲିଥିନ କୁ କିଭଳି ଭାବ ରେ ବନ୍ଦ କରି ହେବ ସେଥିପାଇଁ ସଚେତନ ସୃଷ୍ଟି କରିବାପାଇଁ ଆହ୍ବାନ ଦିଆଯାଇଥିଲା। ଏହା ଫଳରେ ଯେଉଥିପାଇଁ ପରିବେଶ ଆଜି ଦୂଷିତ ହେଉଛି ତାହା ଦୂର ହୋଇପାରିବ ବୋଲି ବକ୍ତାମାନେ କହିଥିଲେ। ଜଗତସିଂହପୁର ଜିଲ୍ଲା ର କମ ସଂଖ୍ୟକ ବୃକ୍ଷରାଜି କୁ ଆମେ କାଟିଦେଇ ସେହି ସ୍ଥାନ ରେ ଆଉ ବୃକ୍ଷ ରୋପଣ କରାଯାଇ ନଥିବା ଯୋଗୁଁ ଏଥିପାଇଁ ପାଗ ଅନୁକୂଳ ହେଉନାହିଁ। ଝିପ ଝିପ୍ ବର୍ଷା ବଦଳ ରେତୁହ କୁ ତୁହା ବର୍ଷା ଓ ଝଡ଼ ସୃଷ୍ଟି ହେଉଛି। ଏଥିପାଇଁ ସରକାର ଓ କାରଖାନା ମାନେ ଦୃଷ୍ଟି ଦେବା ଆବଶ୍ୟକତା ରହିଛି।କୁଜଙ୍ଗ ବାର ଆସୋସିଏସନ୍ ନିର୍ବାଚିତ ସଦସ୍ୟ ମାନେ ଏହି ଉତ୍ସବ ରେ ସମସ୍ତ ସହଯୋଗ କରିଥିଲେ। କୁଜଙ୍ଗ ବିଭିନ୍ନ ଅଦାଲତ ରେ ବିଚାରପତି ମାନବିକ ଅଧିକାର ର ସଦସ୍ୟ ପରିବେଶ ସୁରକ୍ଷା ସଦସ୍ୟ,ସ୍ତନୀୟ ବିଶିଷ୍ଟ ବ୍ୟକ୍ତି, ଆଡଭୋକେଟେ ମାନେ ଯୋଗଦେଇଥିଲେ। କୁଜଙ୍ଗ ଓକିଲ ସଂଘ ସଂପାଦକ ବ୍ରଜ କିଶୋର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ, ଇତିଶ୍ରୀ ପ୍ରିୟଦର୍ଶିନୀ ଉତ୍ସବ ରେ ସଂଯୋଜନା କରିଥିଲେ।

