Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

୧୨୦ବର୍ଷର ମହାବୀର ମନ୍ଦିର ର ପାଶ୍ୱ ଦେବତାଙ୍କ ବିଗ୍ରହ ପ୍ରତିଷ୍ଠା ଦିବସ ଅନୁଷ୍ଠିତ। 2

ଖୋର୍ଦ୍ଧା, 06/06/2025, ବିକ୍ରମ ଓଡ଼ିଶା ନିୟୁଜ: ୧୨୦ବର୍ଷର ମହାବୀର ମନ୍ଦିର ର ପାଶ୍ୱ ଦେବତାଙ୍କ ବିଗ୍ରହ ପ୍ରତିଷ୍ଠା ଦିବସ ଅନୁଷ୍ଠିତ।୧୨୦ବର୍ଷର ସର୍ବ ପୂର୍ବତନ ମହାବୀର ମନ୍ଦିର।ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ସାନରାଉତପଡା ଗ୍ରାମରେ ପ୍ରତିଷ୍ଠିତ ଦକ୍ଷିଣ ମୁହାଁ ହନୁମାନ ମନ୍ଦିର।ହନୁମାନ ମନ୍ଦିର ଚାରିପାଖରେ ଥିବା ପାର୍ଶ୍ୱ ଦେବତାଙ୍କ ବିଗ୍ରହ ପ୍ରତିଷ୍ଠା ସହିତ ମହାଯଜ୍ଞ ମହା ସମାରୋହରେ ଅନୁଷ୍ଠିତ।୨୦୦ମାନସିକ ଧାରି ମହିଳା ଓ ପୁରୁଷ ମାନେ ଏକ ବିରାଟ ଶୋଭାଯାତ୍ରାରେ ପୁସ୍କରୀଣୀରୁ କଳସୀରେ ପାଣି ଯଜ୍ଞ ମଣ୍ଡପକୁ ଆଣିବା ପରେ ମହାଯଜ୍ଞ କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ମନ୍ଦିର ଚାରି ପାଶ୍ୱର୍ରେ ଥିବା ବିଗ୍ରହଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି। କାର୍ଯ୍ୟକ୍ରମରେ ବିଶେଷ୍ଟ ପଣ୍ଡିତ ମାନେ ମନ୍ତ୍ର ଉଚ୍ଚାରଣ କରି ବିଗ୍ରହଙ୍କ ପ୍ରତିଷ୍ଠା କରିଥିଲେ।ମନ୍ଦିର ପରିସର ଭକ୍ତି ଭାବରେ ଫାଟି ପଡିଥିଲା। ସାନରାଉତପଡା ଗ୍ରାମର ଗ୍ରାମବାସୀ ଓ ସ୍ଥାନୀୟ ଅଂଚଳର ଲୋକମାନେ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଓ ମହାଯଜ୍ଞ ରେ ସାହାଯ୍ୟ ସହଯୋଗ କରିଥିବା ବେଳେ ଶହଶହ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ଭିଡ ପରିଲକ୍ଷିତ ହୋଇଥିଲା।
Article Image
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
Article Image