Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଗଂଜାମ, 06/06/2025, ବିକ୍ରମ ଓଡ଼ିଶା ନିୟୁଜ: ଶାଳୀ କୁ ଗାଁ ଦାଣ୍ଡରେ ହତ୍ୟା

ଗଂଜାମ ,ଜଗନ୍ନାଥ ପ୍ରସାଦ ୦୬/୦୬ :- ଜମିଜୁମା ବିବାଦକୁ ନେଇ ଘଟିଛି ଜଙ୍ଘନ୍ୟ ହତ୍ୟାକାଣ୍ଡ I ଦୁଇ ହାତ ଓ ମୁଣ୍ଡକୁ ଚୋଟ ପରେ ଚୋଟ ମାରିବା ପରେ ଚାଲିଗଲା ଜୀବନ । ମହିଳା ଜଣଙ୍କ ଛଟ ପଟ ହୋଇ ଚାଲିଯାଇଥିବା ସେହି ଅଞ୍ଚଳରେ ଘଟିଛି । ସେ ଜଣେ କାର୍ଯ୍ୟରତ୍ତ ଆଶାଦିଦି ଅଛନ୍ତି Iସୂଚନା ପ୍ରକାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଚଢିଆପଲ୍ଲୀ ଗ୍ରାମ ଗ୍ରାମ ବଉଳ ସାହିରେ ଏହି ହତ୍ୟାକାଣ୍ଡ ଘଟିଯାଇଛି I ମୃତ ଜଣକ ହେଉଛନ୍ତି ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟରତ୍ତ ଆଶାଦିଦି ବିଜୟଲକ୍ଷ୍ମୀ ତ୍ରିପାଠୀ ।ତାଙ୍କ ବୟସ ପ୍ରାୟ ୪୦, ସ୍ୱର୍ଗତ ଗଦାଧର ତ୍ରିପାଠୀଙ୍କ ତୃତୀୟ ଝିଅ ଥିଲେ I ସ୍ୱର୍ଗତ ଗଦାଧରଙ୍କ ଘରଜ୍ବାଇଁ ହେବା ସହ ବଡ଼ଝିଅ ବିନିତା ତ୍ରିପାଠୀ ରାମଚନ୍ଦ୍ର ତ୍ରିପାଠ ବିବାହ କରିଥିଲେ I ଗଦାଧରଙ୍କ ମୃତ୍ୟୁ ପରେ ଜମିଜୁମା ବିବାଦକୁ ନେଇ ଉଭୟ ପରିବାର ମଧ୍ୟରେ ବଚସା ଲାଗି ରହିଥିଲା I ଏ ନେଇ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା I କୌଣସି ସମାଧାନରବାଟ ଫିଟି ନ ଥିଲା I ଲୋକଙ୍କ କହିବା ଅନୁଯାଇ ବିବାଦ ଥିବା ଜାଗାରେ ଘର ତିଆରି ପାଇଁ ଗତକାଲି ପଥର ପକାଇ ଥିଲେ I ଆଜି ସକାଳ ୭. ୩୦ ସମୟ ରେ ସେହି ସ୍ଥାନକୁ ବୁଲିବାକୁ ଯାଇଥିବା ସୂଚନା ମିଳୁଛି I ନିଛାଟିଆ ରାସ୍ତାରେ ବିଜୟଲକ୍ଷ୍ମୀଙ୍କ ମର ଶରୀର ପଡ଼ିଥିବା ଦେଖ୍ ସ୍ଥାନୀୟ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିଥିଲା I ଦ୍ବାଇଁ ରାମଚନ୍ଦ୍ର ଘରେ ନ ଥିବା ବେଳେ ତାଙ୍କ ପତ୍ନୀ ବିନିତାକୁ ପୋଲିସ ଉଠାଇ ଆଣି ପଚରା ଉଚରା ଜାରି ରଖୁଛି I ତେବେ ଘଟଣା ସ୍ଥଳରୁ କୌଣସି ଧାରୁଆ ଅସ୍ତ୍ର ମିଳି ନ ଥିବା ପୋଲିସ ସୂଚନା ଦେଇଛି I ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି । ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।