Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ନବ ବିବାହିତ ମହିଳାଙ୍କର ମୃତ୍ୟୁ,ନଣନ୍ଦଙ୍କୁ ଗିରଫ ଦାବିରେ ଥାନା ଘେରାଉ କଲେ ଶତାଧିକ ମହିଳା 3

ଏରସମା, 06/06/2025, ବିକ୍ରମ ଓଡ଼ିଶା ନିୟୁଜ: ନବ ବିବାହିତ ମହିଳାଙ୍କର ମୃତ୍ୟୁ,ନଣନ୍ଦଙ୍କୁ ଗିରଫ ଦାବିରେ ଥାନା ଘେରାଉ କଲେ ଶତାଧିକ ମହିଳାଏରସମା :ତା ୬/୬/୨୫ ଅଭୟଚାନ୍ଦପୁର ଥାନା ଅଧିନ ଗଡକୁଜଙ୍ଗ ଗ୍ରାମରେ ଗତ ଶନିବାର ରାତ୍ରୀରେ ଏକ ଅଭାବନୀୟ ଘଟଣାରେ ନବ ବିବାହିତ ମହିଳାଙ୍କର ମୃତ୍ୟୁ ହୋଇଥିଲା।ଗଡକୁଜଙ୍ଗ ଗ୍ରାମର ସୁବାସ ମହାନ୍ତି ଙ୍କ ଝିଅ ସୋନାଲି ସୁଚିସ୍ମିତା ମହାନ୍ତି(୨୪)ଙ୍କର ସେହି ଗ୍ରାମର ଅଭିରାମ ସାହୁଙ୍କ ଏକ ମାତ୍ର ପୁଅ ଅରବିନ୍ଦ ସାହୁଙ୍କ ସହିତ ଗତ ଡିସେମ୍ବର ମାସ ଚାରି ତାରିଖରେ ବୈଦିକ ରୀତିରେ ବିଭାହ ପରିବାର ବୁଝାବଣା ହୋଇଥିଲା । ସ୍ଥାନୀୟ ଅଭୟ ଚାନ୍ଦ ପୁର ଥାନାରେ ଝିଅର ବାପା ସୁବାସ ମହାନ୍ତି ଲିଖିତ ଅଭିଯୋଗ କରିଛନ୍ତି ଯେ ଝିଅ ସୋନାଲିଙ୍କ ଉପରେ ତାର ଶଶୁର ଅଭିରାମ ସାହୁ,ଶାଶୁ ଗୀତାଞ୍ଜଳି ସାହୁ,ନଣଦ ସୁଚିତ୍ରା ସାହୁ, ଜ୍ୱ।ଇଁ ଅରବିନ୍ଦ ସାହୁ ଯୌତୁକ ଜନିତ ଅତ୍ୟାଚାର କରିବା ସହିତ ତାଙ୍କର ଝିଅ ସୋନାଲିଙ୍କୁ ହତ୍ୟା କରିଥିଲେ। ଅଭୟଚାନ୍ଦପୁର ପୋଲିସ ସୋନଲିଙ୍କ ଶଶୁର ଅଭିରାମ ସାହୁ, ଶାଶୁ ଗୀତାଞ୍ଜଳି ସାହୁ, ଜ୍ୱ।ଇଁ ଅରବିନ୍ଦ ସାହୁଙ୍କୁ ଗିରଫ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନଣନ୍ଦ ସୂଚିତ୍ରା ସାହୁଙ୍କୁ ପୋଲିସ ଗିରଫ ନ କରିଥିବା ଯୋଗୁଁ ଆଜି ଝିଅର ବାପଘର ପରିବାର ସହିତ ଗଡ଼କୁଜଙ୍ଗ ଗ୍ରାମର ଶତାଧିକ ମହିଳା ନଣନ୍ଦ ସୂଚିତ୍ରା ସାହୁଙ୍କୁ ଗିରଫ କରିବା ଦାବିରେ ଅଭୟଚାନ୍ଦପୁର ଥାନା ଘେରାଉ କରିଥିଲେ। ଏଥି ସହିତ ହତ୍ୟାର ଉଚିତ ତଦନ୍ତ କରାଯାଇ ଦୋଷୀକୁ ଉଚିତ ଦଣ୍ଡ ମିଳିବା ପାଇଁ ଝିଅର ବାପା ,ମା ଓ ସମ୍ପର୍କୀୟ ମାନେ ଦାବି କରିଥିଲେ। ଅଭୟଚାନ୍ଦପୁର ଥାନା ଅଧିକାରୀ ସମୀର ରାଉତ କହିଛନ୍ତି ସାତଘଣ୍ଟା ଭିତରେ ତିନିଜଣ ଆସାମୀ ମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ଆଇନୀ ଅନୁଯାଇ କାର୍ଯ୍ଯୂନାଷ୍ଠାନ ଗ୍ରହଣ କରାଯିବ। ଆପଣମାନେ ପୋଲିସ ଉପରେ ବିଶ୍ଵାସ ଓ ଭରସା ରଖନ୍ତୁ, ପୋଲିସ ନିରପେକ୍ଷ ଭାବେ ତଦନ୍ତ ଯାରି ରଖିଛି ବୋଲି ଥାନା ଅଧିକାରୀ ଶ୍ରୀଯୁକ୍ତ ରାଉତ ପ୍ରତିଶ୍ରୁତି ଦେବାପରେ ମହିଳାମାନେ ଧାରଣାରୁ ଓହରି ଯାଇଥିଲେ।
Article Image
ଜଗତସିଂହପୁର ରୁ ପ୍ରସାଦ ସାହାଣୀ ଙ୍କ ରିପୋର୍ଟ ରୁପାଥାଳିଆ ନିୟୁଜ
Article Image