Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କୁଚେଇବୁଢୀ ମା ଲକ୍ଷ୍ମୀ ମନ୍ଦିରରେ ଆୟୋଜିତ ହେଲା ଲକ୍ଷ୍ମୀ ନାରାୟଣ ବିବାହ ଉତ୍ସବ 2

ବାମନଘାଟୀ, 06/06/2025, ବିକ୍ରମ ଓଡ଼ିଶା ନିୟୁଜ: : କୁଚେଇବୁଢୀ ମା ଲକ୍ଷ୍ମୀ ମନ୍ଦିରରେ ଆୟୋଜିତ ହେଲା ଲକ୍ଷ୍ମୀ ନାରାୟଣ ବିବାହ ଉତ୍ସବ : ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ କୁଚେଇବୁଢୀରେ ବିରାଜମାନ ମା ଲକ୍ଷ୍ମୀ ମନ୍ଦିରରେ ଲକ୍ଷ୍ମୀ ନାରାୟଣଙ୍କ ବିବାହ ଉତ୍ସବ ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି l ସୁସଜ୍ଜିତ ଯାନରେ ବର ଯାତ୍ରୀମାନଙ୍କ ସହ ଆସି ମନ୍ଦିର ନିକଟରେ ପହଞ୍ଚିଥିଲେ l ଏଥି ସହିତ କନ୍ଯାଦଳ ମଧ୍ଯ ମନ୍ଦିରରେ ଯୋଗ ଦେଇଥିଲେ l ଏଥିରେ କନ୍ଯା ମାଲକ୍ଷ୍ମୀଙ୍କ ପକ୍ଷରୁ କର୍ତ୍ତା ପମୁ ସାହୁ କର୍ତ୍ତୀ ସରସିବାଳା ସାହୁ ଏବଂ ବର ଶ୍ରୀନାରାୟଣ ପକ୍ଷରୁ କର୍ତ୍ତା ପ୍ରକାଶ ଦତ୍ତ କର୍ତ୍ତୀ ସୁଷମା ଦତ୍ତ ପୂଜା କର୍ମକାଣ୍ଡରେ ମା ମନ୍ଦିର ଙ୍କ ଅଗଣାରେ ଉପବେସନ କରିଥୁଲେ l ମୁଖ୍ଯ ପୁରୋହିତ ଶ୍ରୀନିବାସ ପତିଙ୍କ ସହିତ ସୁଧାକର ପତି ଓ ସୁବ୍ରତ ପତିଙ୍କ ବେଦମନ୍ତ୍ର ଧ୍ବନିରେ ମନ୍ଦିର ପରିସର ପରିକମ୍ପିତ ହୋଇଥିଲା l ଯଥାବିଧି ପୂଜାକର୍ମାଣି ସହିତ ବରକନ୍ଯାଙ୍କ ହାତଗଣ୍ଠି, ବରକନ୍ଯାଙ୍କୁ ଘରଲୋକେ ଆର୍ଶୀବାଦ ପ୍ରଦାନ, ମାଳା ଅଦଳବଦଳ, ହୋମଯଜ୍ଞ ଓ ବରରନ୍ଯାଙ୍କ ମନ୍ଦିର ଚାରିପଟେ ପରି ଭ୍ରମଣ କଲାପରେ ମାଲକ୍ଷ୍ମୀନାରାୟଣଙ୍କ ବିବାହ ସମ୍ପନ୍ନ ହୋଇଥିଲା l ଏହି ଭବ୍ଯ ବିବାହ ଉତ୍ସବ ଦେଖିବାପାଇଁ ବହୁ ଭକ୍ତବୁନ୍ଦ ସମବେତ ହୋଇଥିଲେ l ମନ୍ଦିର କମିଟୀ ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ଅନ୍ନଭୋଗ ବଣ୍ଟନ କରାଯାଇଥିଲା l ଏଥିରେ ମା ଲକ୍ଷ୍ମୀ ମନ୍ଦିର କମିଟୀ ର କର୍ମକର୍ତ୍ତାଗଣ ଅଲେଖ ସାହୁ, ରବି ମହାନ୍ତି, ବାବୁଲୁ ମହାନ୍ତ, ଦିପୁ ଦତ୍ତ, ବିମଳ ମହାକୁଡ, ଟୁଟୁ ସାହୁ, ସାଗର ମହାନ୍ତି, ଗିରିଜା ମହାନ୍ତ, ବିକୁ ରଜକ, ଦିଲ୍ଲୀପ ଦତ୍ତ, ସଂଜୟ ସାହୁ, ନିତେଶ ମଲ୍ଲିକ, ଅଶୋକ ମଲ୍ଲିକ, ସୌଭାଗ୍ଯ ମହାନ୍ତ ଓ ବାବୁ ବାରିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ
Article Image
Article Image